ଆନ୍ଧ୍ରପ୍ରଦେଶରେ ବସ୍‌-ଟ୍ରକ ଧକ୍କା, ୧୪ ମୃତ

କୁର୍ଣ୍ଣଲ, ୧୪/୨ : ଆଜି ସକାଳେ ଆନ୍ଧ୍ରପ୍ରଦେଶର କର୍ନୁଲ ଜିଲ୍ଲାର ମେଦାରପୁର ଗାଁ ନିକଟରେ ଏକ ଦୁର୍ଘଟଣା ଘଟିଛି । ଏକ ଯାତ୍ରାବାହୀ ବସ୍ ଓ ଟ୍ରକ ମଧ୍ୟରେ ଧକ୍କା ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରକ ସହ ଧକ୍କା ପରେ ବସ୍‌ଟି ଓଲଟିପଡିଥିଲା । ସେପଟେ ଦୁର୍ଘଟଣାର ଖବର ପାଇଁ ସ୍ଥାନୀୟ ପୋଲିସ , ପ୍ରଶାସନ ଓ ସାଧାରଣଲୋକ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ହିଁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ବ୍ୟକ୍ତିଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯାଦ୍ୱାରା ମୋଟ ମୃତକଙ୍କ ସଂଖ୍ୟା ଦୁର୍ଘଟଣାରେ ୧୪ରେ ପହଞ୍ଚିଥିବା ବେଳେ ୪ଜଣ ଗୁରୁତର ରହିଛନ୍ତି । ସେମାନଙ୍କ ଚିକିତ୍ସା ବିଭିନ୍ନ ମେଡିକାଲରେ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ହସ୍ତଗତ ହୋଇନାହିଁ । ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

Comments are closed.