ପୁରୀରେ ସ୍ଥାପନ ହେବ କେବୁଲ ଲାଣ୍ଡିଂ ଷ୍ଟେସନ

0

ଭୁବନେଶ୍ବର,୨୪/୨: ପୁରୀରେ ଏକ କେବୁଲ ଲାଣ୍ଡିଂ ଷ୍ଟେସନ ସ୍ଥାପନ ସଂପର୍କରେ ଆଜି ରାଜ୍ୟ ଅର୍ଥମନ୍ତ୍ରୀ ନିଜର ବଜେଟ୍ ଅଭିଭାଷଣରେ ଘୋଷଣା କରିଛନ୍ତି । ଏହି ଷ୍ଟେସନ ପ୍ରତିଷ୍ଠା ଦ୍ବାରା ଡାଟା ସେଣ୍ଟର, ଦୂରସଂଚାର, ମନୋରଂଜନ ଏବଂ ଫିନଟେକ୍ ବଜାର ସଶକ୍ତ ହେବ । ଏହା ଦ୍ବାରା ଓଡ଼ିଶା ଆଗାମୀ ଦିନରେ ପୂର୍ବ, କେନ୍ଦ୍ରୀୟ ଏବଂ ଉତ୍ତରପୂର୍ବ ଭାରତର ଡିଜିଟାଲ ହବ୍ ଭାବରେ ଉଭା ହୋଇପାରିବ ବୋଲି ସେ କହିଛନ୍ତି ।

ଆଧୁନିକ ଯୁଗରେ ଇଣ୍ଟରନେଟ୍ ବିକାଶର ପ୍ରମୁଖ ବାହକ ଭାବେ ଉଭା ହୋଇଛି । ଇଣ୍ଟରନେଟ୍ ଯୋଗାଯୋଗ ପାଇଁ ସମୁଦ୍ର ତଳେ କେବୁଲ ବିଛାଯାଇ ଦେଶ ଦେଶ ମଧ୍ୟରେ ସଂଯୋଗ ସ୍ଥାପନ କରାଯାଇଛି । ଏହି ସମୁଦ୍ରତଳ କେବୁଲ ମାଧ୍ୟମରେ ହିଁ ଇଣ୍ଟରନେଟ ଡାଟା ଟ୍ରାନ୍ସଫର ହୋଇଥାଏ । ତେବେ ଏହି ସମୁଦ୍ରତଳ କେବୁଲ ଯେଉଁ ସ୍ଥାନରେ ପ୍ରଥମ ଥର ପାଇଁ ସ୍ଥ​ଳଭାଗରେ ପ୍ରବେଶ କରିଥାଏ, ତାହାକୁ ଲାଣ୍ଡିଂ ଷ୍ଟେସନ ବୋଲି କୁହାଯାଏ । ଭାରତରେ ଏବେ ୧୭ଟି କେବୁଲ ଲାଣ୍ଡିଂ ଷ୍ଟେସନ ରହିଛି । ଏଗୁଡ଼ିକ ୫ଟି ସହର ମୁମ୍ବାଇ, ଚେନ୍ନାଇ, କୋଚିନ, ତିରୁଅନନ୍ତପୁରମ ଓ ଟୁଟିକୋରିନରେ ରହିଛି । କେତେକ ନିର୍ମାଣାଧୀନ ସମୁଦ୍ରତଳ କେବୁଲ ସିଷ୍ଟମ ଦେଶର ଆଉ କେତେକ ଉପକୂଳ ସହର ଦେଇ ଯିବାର ଅଛି । ସେଗୁଡ଼ିକ ମଧ୍ୟରେ ରହିଛି ପଶ୍ଚିମ ବଙ୍ଗର ଦୀଘା ଓ ଗୁଜରାଟର ମାହୁଭା । ସେସବୁ ସ୍ଥାନରେ ନୂଆ କେବୁଲ ଲାଣ୍ଡିଂ ଷ୍ଟେସନ ପ୍ରତିଷ୍ଠା ହେବ । ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ପୁରୀ ଏହି ମାନଚିତ୍ରରେ ସାମିଲ ହେବ।

SBI AD
Leave A Reply

Your email address will not be published.