କର୍ଫ୍ୟୁରେ ବାହାରକୁ ଯିବା ପାଇଁ ସ୍ୱାମୀକୁ ବନେଇଲେ କୁକୁର, ବେକରେ ଚେନ ବାନ୍ଧି ବାହାରେ ବୁଲିଲେ ମହିଳା

ନୂଆଦିଲ୍ଲୀ : କାନାଡାର ଜଣେ ମହିଳା କର୍ଫ୍ୟୁରେ ବାହାରେ ବୁଲିବା ପାଇଁ ଏକ ନିଆରା ଉପାୟ ବାହାର କରିଥିଲେ । ମହିଳାଙ୍କ ଏପରି କାର୍ଯ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ବେକରେ ଚେନ ପିନ୍ଧି ବାହାରେ ବୁଲୁଥିଲେ। ସୂଚନା ଅନୁଯାୟୀ, କାନାଡାର କ୍ୟୁବେକ ପ୍ରଶାସନ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସନ୍ଧ୍ୟା ୮ଟା ରୁ ସକାଳ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ କରିଛି।

ତେବେ ପ୍ରଶାସନ ଲୋକଙ୍କୁ କର୍ଫ୍ୟୁରେ ଜରୁରୀ ଜିନିଷପତ୍ର ପରିବହନ ଏବଂ ପୋଷା କୁକୁରମାନଙ୍କୁ ବାହାରେ ବୁଲାଇବାକୁ ଅନୁମତି ଦେଇଛି। ପୋଲିସ ସୂଚନା ଅନୁଯାୟୀ, ରାତି ୯ଟା ସମୟରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବେକରେ ଚେନ ପିନ୍ଧାଇ ତାଙ୍କୁ ଗୃହପାଳିତ ପଶୁ ପରି ରାସ୍ତାରେ ଯାଉଥିଲେ। ଯେତେବେଳେ ପୋଲିସ ମହିଳାଙ୍କୁ କର୍ଫ୍ୟୁ ଭାଙ୍ଗିବାର କାରଣ ପଚାରିଲା, ସେତେବେଳେ ସେ କହିଥିଲେ ଯେ ତାଙ୍କୁ କୁକୁର ସହିତ ଘରଠାରୁ ୧ କିମି ବୁଲିବାକୁ ଅନୁମତି ଦିଆଯାଇଛି।

ଯେତେବେଳେ ପୋଲିସ ମହିଳାଙ୍କ ଠାରୁ ଏପରି ଉତ୍ତର ଶୁଣିଲେ ଏବଂ କହିଲେ ଯେ ଏହା କୁକୁର ନୁହେଁ ବରଂ ତୁମର ସ୍ୱାମୀ, ମହିଳା ଜଣକ ଏହି ଘଟଣାରେ ବହୁତ ହଙ୍ଗାମା ସୃଷ୍ଟି କରିଥିଲେ। ଏହି ଘଟଣାରେ ପୁରୁଷ ଓ ମହିଳାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ କିନ୍ତୁ କର୍ଫ୍ୟୁ ଭାଙ୍ଗିବା ପାଇଁ ଜରିମାନା କରାଯାଇଛି।

ପୋଲିସ ଉଭୟଙ୍କୁ ପ୍ରାୟ ୩୦୦୦ ଡଲାର ଯାହାକି ଭାରତୀୟ ମୁଦ୍ରାରେ ୨ ଲକ୍ଷ ୨୦ ହଜାର ଟଙ୍କା ଜରିମାନା କରିଛି। ମହିଳା ମଧ୍ୟ ଜରିମାନା ଦେବାକୁ ମନା କରିଦେଇଥିଲେ। ପୋଲିସର ସୂଚନାନୁସାରେ, କର୍ଫ୍ୟୁ ଉଲ୍ଲଂଘନ ପାଇଁ ଦଣ୍ଡବିଧାନରୁ ରକ୍ଷା ପାଇବା ପାଇଁ ମହିଳା ଏହି ସବୁ କରିଥିଲେ।

Comments are closed.