ଅନ୍ତୁଗୁଳ,୨୯/୧୨: ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଅନୁଗୁଳରେ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ବାଟରେ ତାଙ୍କ କାର୍କୁ ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେଇଛି। ୫୫ ନମ୍ବର ଜାତୀୟ ରାଜପଥର ପଞ୍ଚମହଲା ନିକଟରେ ଦୁର୍ଘଟଣା ହୋଇଥିଲା ।
ସୂଚନା ଅନୁଯାୟୀ ତାଙ୍କ ଗାଡି ସାଢେ ୩ଟା ବେଳକୁ ପଞ୍ଚମହଲା ଠାରୁ ବନ୍ତଳା ରାସ୍ତାକୁ ବୁଲିବା ବେଳକୁ ବିପରିତ ଦିଗରୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା। ଟ୍ରକ୍ଟି କାର୍ର ଡୋରରେ ଘୋଷାରି ହୋଇ ଆଗକୁ ବଢ଼ିଥିଲା। ଫଳରେ ଗାଡିଟି ଆଂଶିକ ଭାବେ ଭାଙ୍ଗି ଯାଇଛି। ଫଳରେ ଗାଡି କ୍ଷତିଗ୍ରସ୍ତ ହୋଇଥିଲା ବେଳେ ଶ୍ରୀ ସିଂହ ଓ ତାଙ୍କ ସୁରକ୍ଷା କର୍ମୀ ସୁରକ୍ଷିତ ଥିବା ଜଣାପଡିଛି। ଘଟଣାସ୍ଥଳରେ ସଦର ଥାନା ପୁଲିସ ପହଞ୍ଚିଛି। ତେବେ ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କର ଭିଡ଼ ଲାଗିଛି। ଯାତାୟତ ପ୍ରଭାବିତ ହୋଇଛି।
