କେନ୍ଦ୍ର ସରକାରଙ୍କ ସମୀକ୍ଷା ବୈଠକ : ସବୁ ସେନାଧିକାରୀଙ୍କ ଛୁଟି ବାତିଲ

0

ନୂଆଦିଲ୍ଲୀ, ୦୯/୦୫ : କେନ୍ଦ୍ର ସରକାରଙ୍କ ସମୀକ୍ଷା ବୈଠକ ପରେ ଆସିଲା ବଡ ନିର୍ଦ୍ଦେଶନାମା । ସବୁ ସେନାଧିକାରୀଙ୍କ ଛୁଟି ବାତିଲ । ଯେକୌଣସି କାରଣରୁ ଛୁଟିରେ ଥିଲେ ବି ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଲେ ସରକାର । ସେନାକୁ ସହଯୋଗ କରିବାକୁ ଟେରିଟୋରିଆଲ ଆର୍ମିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ । ଏହାସହ ସେନାମୁଖ୍ୟଙ୍କୁ ମିଳିଲା ପୂର୍ଣ୍ଣ କ୍ଷମତା । ସେନାରେ ପାକିସ୍ତାନ କରିଚାଲିଛି ଲଗାତାର ଗୁଳିମାଡ । ଏହାର ପାଲଟା ଜବାବ ଭାରତ ଦେଉଥିଲେ ବି ସୁଧୁରିନି ପାକିସ୍ତାନ । ଫଳରେ ସୀମାକୁ ଅଧିକ କମ୍ପାନି ସୈନ୍ୟ ପଠାଇଛି ଭାରତୀୟ ସେନା । ଏହାସହ ସେନାକୁ ସହଯୋଗ କରିବାକୁ ଟେରିଟୋରିଆଲ ଆର୍ମ ଫୋର୍ସକୁ ବି ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.