ନୂଆଦିଲ୍ଲୀ: ବିଚାରପତିଙ୍କ ନିଯୁକ୍ତିକୁ ନେଇ କେନ୍ଦ୍ର ଓ ନ୍ୟାୟପାଳିକା ମଧ୍ୟରେ ବିବାଦ ମଧ୍ୟରେ ସୁପ୍ରିମକୋର୍ଟ କଲେଜିୟମ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ସୁପ୍ରିମକୋର୍ଟ ଗୁରୁବାର ଦିନ ୱେବସାଇଟରେ ତିନୋଟି ଚିଠି ଜାରି କରି ଆଡଭୋକେଟ ସୌରଭ କୃପାଲ, ସୋମଶେଖର ସୁନ୍ଦରେଶନ ଏବଂ ଆର ଜନ୍ ସତ୍ୟମଙ୍କ ପଦୋନ୍ନତି ଉପରେ କେନ୍ଦ୍ର ତଥା ର’-ଆଇବିର ଆପତ୍ତିକୁ ଖଣ୍ଡନ କରିଛନ୍ତି ।
ଏହା ସହିତ ସୁପ୍ରିମ୍କୋର୍ଟ ମଧ୍ୟ ଏହି ପ୍ରସଙ୍ଗରେ କେନ୍ଦ୍ରର ଆପତ୍ତି ଉପରେ ଉତ୍ତର ରଖିଛନ୍ତି । ବିଚାରପତି ଭାବରେ ତିନିଜଣ ଓକିଲଙ୍କ ନିଯୁକ୍ତିକୁ କେନ୍ଦ୍ର ଅନୁମୋଦନ ନକରିବାକୁ ସୁପ୍ରିମକୋର୍ଟ ଭୁଲ୍ ଦର୍ଶାଇଛନ୍ତି । କୋର୍ଟ କହିଛନ୍ତି ଯେ ସରକାରୀ ଯୋଜନାକୁ ସୁନ୍ଦରେଶନ୍ ସମାଲୋଚନା କରିବାରୁ ତାଙ୍କ ପଦୋନ୍ନତି ରୋକାଯିବା କଦାପି ଠିକ୍ ନୁହେଁ ।
ସେହିପରି ଦିଲ୍ଲୀ ହାଇକୋର୍ଟରେ ଆଡଭୋକେଟ ସୌରଭ କ୍ରିପାଲ କେନ୍ଦ୍ରର ନୀତିକୁ ସମାଲୋଚନା କରିବା ଯୋଗୁଁ ତାଙ୍କ ନାମରେ କେନ୍ଦ୍ରର ଆପତ୍ତି ରହିଥିଲା । ଏହାର ଉତ୍ତରରେ କୋର୍ଟ କହିଛନ୍ତି ଯେ କ୍ରିପାଲଙ୍କୁ ବିଚାରପତି ଭାବରେ ନିଯୁକ୍ତି ପ୍ରସ୍ତାବ ୫ ବର୍ଷରୁ ଅଧିକ ସମୟ ବିଚାରାଧୀନ ଅଛି । ବର୍ତ୍ତମାନ ଏହି ପ୍ରକ୍ରିୟା ଯଥାଶୀଘ୍ର ସମାପ୍ତ ହେବା ଉଚିତ୍ । ଏଥିସହିତ ସତ୍ୟନଙ୍କ ଦୁଇଟି ହ୍ୱାଟସ୍ ଆପ୍ ବାର୍ତ୍ତାକୁ ନେଇ କେନ୍ଦ୍ରର ଆପତ୍ତି ଥିଲା ।
