୨୩ରେ ଅକ୍ଷୟ ତୃତୀୟା : ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି

0

ପୁରୀ ୬/୦୪: ୨୩ ତାରିଖରେ ଅକ୍ଷୟ ତୃତୀୟାରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ଚନ୍ଦନଯାତ୍ରା। ବର୍ଷତମାମ୍ ନରେନ୍ଦ୍ର ପୁଷ୍କରିଣୀରେ ବୁଡି ରହିଥିବା ନନ୍ଦା, ଭଦ୍ରା ଏବଂ ବୈଜଯନ୍ତ୍ରୀ ନାମକ ୫ଟି ଡଙ୍ଗାକୁ ନରେନ୍ଦ୍ର ପୁଷ୍କରିଣୀରୁ ଭୋଇସର୍ଦ୍ଦାର ରବି ଭୋଇଙ୍କ ଅଧ୍ୟକ୍ଷତାରେ ଭୋଇ ସେବାୟତ ମାନଙ୍କ ଦ୍ୱାରା ଉଦ୍ଧାର କରାଯ଼ାଇଛି।

ଶାସ୍ତ୍ର ମୁତାବକ ପ୍ରତିବର୍ଷ ମହାପ୍ରଭୁଙ୍କର ଚନ୍ଦନ ଯ଼ାତ୍ରା ସରିବା ପରେ ଅଥବା ହଳଦୀପାଣି ପରଦିନ ସମସ୍ତ ୫ଟି ଡଙ୍ଗାକୁ ଭଙ୍ଗାଯ଼ାଇ ଭୋଇ ସେବାୟତମାନଙ୍କ ଦ୍ୱାରା ନରେନ୍ଦ୍ର ପୁଷ୍କରିଣୀ ଭିତରେ ବୁଡାଇ ଦିଆଯ଼ାଇଥାଏ। ଚୈତ୍ର ପୂର୍ଣ୍ଣିମାରେ ଏହାକୁ ଉଦ୍ଧାର କରି ମରାମତି କରାଯିବା ସହ ଅକ୍ଷୟ ତୃତୀୟା ଠାରୁ ଦୀର୍ଘ ୨୧ ଦିନ ବ୍ୟାପି ଆରମ୍ଭ ହେବାକୁ ଥିବା ଚନ୍ଦନଯାତ୍ରା ପାଇଁ ଏହାକୁ ପୁନଃ ପ୍ରସ୍ତୁତ କରାଯାଇଥାଏ ମଦନମୋହନ,ଭୁଦେବୀ,ଶ୍ରୀଦେବୀ ଏବଂ ପଞ୍ଚୁପାଣ୍ଡବ ଶ୍ରୀମନ୍ଦିରରୁ ବିଜେ କରି ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ। ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ଭୋଇ ସେବାୟତ ମାନେ ସମସ୍ତ ଡଙ୍ଗାକୁ ନରେନ୍ଦ୍ର ପୁଷ୍କରିଣୀରୁ ଉପରକୁ ଉଠାଇବା ସହ ସେଥିରେ ପିଚୁ, ରାଳ ଇତ୍ୟାଦି ଦେଇ ମହାପ୍ରଭୁଙ୍କର ଚାପ କାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ।

 

SBI AD
Leave A Reply

Your email address will not be published.