ଦ୍ୱିତୀୟ ଟି -୨୦ : ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ : ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି ଟ୍ୱେଣ୍ଟି ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକା ଠାରୁ ୫୧ ରନ୍‌ରେ ପରାସ୍ତ ହୋଇଛି । ଦକ୍ଷିଣ ଆଫ୍ରିକା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୨୧୩ ରନ ସଂଗ୍ରହ କରି ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ ଦେଇଥିଲା ଦକ୍ଷିଣ ଆଫ୍ରିକା। ଦକ୍ଷିଣ ଆଫ୍ରିକା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୨୧୩ ରନ ସଂଗ୍ରହ କରିଥିଲା। ଶତକରୁ ବଞ୍ଚିତ ହୋଇଥିବା କ୍ବିଣ୍ଟନ ଡି’କକ ମାତ୍ର ୪୬ ବଲରେ ସର୍ବାଧିକ ୯୦ ରନ କରିଥିଲେ, ଯେଉଁଥିରେ ୭ଟି ବିଶାଳ ଛକା ସାମିଲ ଥିଲା।।

ଭାରତ ଦ୍ୱିତୀୟ ବ୍ୟାଟିଂ କରି ସମସ୍ତ ଓ୍ୱିକେଟ୍‌ ହରାଇ ୧୬୨ ରନ୍‌ କରିଥିଲା। ଭାରତର ତିଳକ ବର୍ମାଙ୍କୁ ଛାଡି ଦେଲେ କୌଣସି ବ୍ୟାଟର ଭଲ ପ୍ରଦର୍ଶନ କରି ନଥିଲ । ତିଳକ ବର୍ମା ୩୪ ବଲ୍‌ରେ ୬୨ ରନ୍‌ ସଂଗ୍ରହ କରିଥିଲେ ।

ଟସ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ। ଯଦିଓ ୩୮ ରନରେ ପ୍ରଥମ ଉଇକେଟ ହରାଇଥିଲା ଦଳ, ତେବେ କ୍ବିଣ୍ଟନ ଡି’କକ୍ ଏବଂ ଏଡେନ ମର୍କରମ ୨ୟ ଉଇକେଟ ଯୋଡ଼ିରେ ୮୩ ରନ ଯୋଡ଼ି ଦଳ ପାଇଁ ମଜଭୁଦ ମୂଳଦୂଆ ପକାଇଥିଲେ। ଏହା ପରେ ଡି’କକ ଅନ୍ୟ ସାଥୀ ଖେଳାଳିଙ୍କ ସହିତ ମିଶି ଦଳକୁ ଏକ ବଡ଼ ସ୍କୋର ଅଭିମୁଖେ ଆଗେଇ ନେଇଥିଲେ। ୧୫.୧ ଓଭରରେ ଦଳର ସ୍କୋର ୧୫୬ ରନ ହୋଇଥିବା ବେଳେ ସେ ୯୦ ରନ କରି ଆଉଟ ହୋଇଥିଲେ। ହେଲେ ଏହା ପରେ ଦୋନୋଭା ଫେରେରା ଏବଂ ଡେଭିଡ ମିଲର ବିସ୍ଫୋରକ ବ୍ୟାଟିଂ କରି ଦଳ ପାଇଁ ବଡ଼ ସ୍କୋର କରିବାରେ ସହାୟତା କରିଥିଲେ। ଦୋନୋଭାନ ୧୬ ବଲରୁ ୩୦ ଏବଂ ମିଲର ୧୨ ବଲରୁ ୨୦ ରନ କରିଥିଲେ।

ଭାରତୀୟ ବୋଲର ଭାବେ ଆରମ୍ଭରୁ ନିରାଶଜନକ ପ୍ରଦର୍ଶନ କରିଥିଲେ। ଠିକ୍‌ ସମୟରେ ଦଳକୁ ଉଇକେଟ ଦେବାରେ ବିଫଳ ହୋଇଥିବା ଭାରତୀୟ ବୋଲରଙ୍କ ବୋଲିଂ ପ୍ରଭାବଶୂନ୍ୟ ପରି ମନେ ହେଉଥିଲା। ସବୁଠୁ ଆଶ୍ଚର୍ଯ୍ୟ କରିଥିବା ଅର୍ଶଦୀପ ସିଂହଙ୍କ ୭ଟି ୱାଇଡ୍ ବିଶିଷ୍ଟ ଓଭର। ଗୋଟିଏ ଓଭରରେ ସେ ୭ଟି ୱାଇଡ ପକାଇ ଚର୍ଚ୍ଚାକୁ ଆସିଥିଲେ। ଯାହାଫଳରେ ସେ ଏକ ଅଲୋଡ଼ା ରେକର୍ଡର ଅଧିକାରୀ ମଧ୍ୟ ହୋଇଛନ୍ତି। ଏହି ଓଭରରେ ସେ ୧୮ ରନ ଦେଇଥିଲେ। ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୨ଟି ଉଇକେଟ ନେଇଥିବାବେଳେ ଅକ୍ଷର ପଟେଲ ୧ଟି ଉଇକେଟ ଅକ୍ତିଆର କରିଥିଲେ।