ଆଜି ଆଇପିଏଲ୍‌ରେ ଜବରଦସ୍ତ ମୁକାବିଲା : ବାଙ୍ଗାଲୋରକୁ ଭେଟିବ ସୁପରକିଙ୍ଗ୍‌ସ

0

ବେଙ୍ଗାଲୁରୁ ୧୭/୦୪: ସୋମବାର ଆଇପିଏଲ୍‌ରେ ଜବରଦସ୍ତ ମୁକାବିଲା । ଘରୋଇ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ ଚେନ୍ନାଇ ସୁପରକିଙ୍ଗ୍‌ସ । ମ୍ୟାଚ୍‌ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ବଢି ଯାଇଛି ଉତ୍କଣ୍ଠା । ତେବେ ଆହତ ସମସ୍ୟା ବର୍ତ୍ତମାନ ସୁଦ୍ଧା ସୁପରକିଙ୍ଗ୍‌ସ ପାଇଁ ଚିନ୍ତା ସୃଷ୍ଟି କରିଛି । ବେନ ଷ୍ଟୋକ୍ସ, ଦୀପକ ଚହର, ସିସାଣ୍ଡା ମାଗାଲା, ସିମରଜୀତ ସିଂହ ପ୍ରମୁଖ ଆହତ ଥିବାରୁ ବୋଲିଂ ଲାଇନ୍ ହୋଇପଡଜିଛି ଓ୍ୱିକ୍ । ଏପରିକି ଗତ ମ୍ୟାଚ୍‌ରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ବି ଆହତ ହୋଇପଡିଥିଲେ । ତାଙ୍କ ଖେଳିବା ନେଇ ଦେଖାଦେଇଥିଲା ଅନିଶ୍ଚିତତା । ସେହିଭଳି ରୟାଲ୍‌ ଚ୍ୟାଲେଞ୍ଜର୍ସ ଦଳରେ ମଧ୍ୟ ଆହତ ସମସ୍ୟା ଲାଗି ରହିଛି । ତେବେ ବାଙ୍ଗାଲୋର ପକ୍ଷରୁ ଜବରଦସ୍ତ ଫର୍ମର ଅଛନ୍ତି ବିରାଟ କୋହଲି, ଫାଫ ଡୁ ପ୍ଲେସି ଓ ଗ୍ଲେନ ମ୍ୟାକ୍ସୱେଲ ।

ଗତ ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା ଏହି ଖେଳାଳିଙ୍କ ଜୋରଦାର ପ୍ରଦର୍ଶନ । ସୋମବାର ମଧ୍ୟ ତାଙ୍କ ବ୍ୟାଟ୍‌ରୁ ବଡ଼ ଇନିଂସ ଦେଖିବାକୁ ମିଳିପାରେ । ସୁପରକିଙ୍ଗ୍‌ସରେ ବି ବେନ ଷ୍ଟୋକ୍ସଙ୍କୁ ବୋଲିଂ ଅଭ୍ୟାସ କରାଇଛି । ତଥାପି ସେ ସୋମବାର ଖେଳିବା ନେଇ ଆଶଙ୍କା ରହିଛି । ସୁପରକିଙ୍ଗ୍‌ସ ଦଳର ବ୍ୟାଟିଂ ବିଭାଗ ଉନ୍ନତ ପ୍ରଦର୍ଶନ ଜାରି ରଖିଛି । ମାତ୍ର ବୋଲିଂ ବିଭାଗରେ ପରିବର୍ତ୍ତନ ହେବା ନିଶ୍ଚିତ । ମାଗାଲାଙ୍କ ସ୍ଥାନରେ ମଥିଶା ପତିରଣା ଖେଳିବା ଆଶା କରାଯାଉଛି ।

SBI AD
Leave A Reply

Your email address will not be published.