ସାଇକେଲ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨/୩ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଳସାଥୀ, ଆହାର ସାଥୀ, ସ୍ବଚ୍ଛସାଥୀ ଓ ସୁପରଭାଇଜର୍ ଆଦିଙ୍କୁ ସାଇକେଲ ବଣ୍ଟନ କରିଛନ୍ତି।ଲୋକସେବା ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୮ ହଜାର ସହଭାଗୀ ମହିଳାଙ୍କୁ ସାଇକେଲ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଜଳସାଥୀ, ଆହାର କର୍ମୀ, ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥୀ ଓ ସୁପରଭାଇଜରଙ୍କୁ ସାଇକେଲ ବଣ୍ଟନ କରାଯାଇଛି। ମିଶନ ଶକ୍ତି ମାଆମାନେ ବହୁତ ଭଲ କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଓଡ଼ିଶାର ବିଭିନ୍ନ ଅଞ୍ଚଳ ଯାଇ ମିଶନ ଶକ୍ତି ମାଆମାନଙ୍କୁ ଭେଟୁଛି । ନବୀନ ନିବାସ ଆସି ମାଆମାନେ ମୋତେ ଭେଟୁଛନ୍ତି । ମାଆମାନଙ୍କ ସଫଳତାରେ ମୁଁ ବହୁତ ଖୁସି ବୋଲି ନବୀନ ତାଙ୍କ ଅଭିଭାଷଣରେ କହିଛନ୍ତି । ଆପଣ ମାନଙ୍କ ଆତ୍ମବିଶ୍ୱାସ ମିଶନ ଶକ୍ତିକୁ ନଂ-୧ କରିଛି। ବିଭିନ୍ନ ସହରରେ ଆପଣମାନେ ବିଭିନ୍ନ କାର୍ଯ୍ୟ ହାତକୁ ନେଇଛନ୍ତି। ଏସଏସଜି ମହିଳାମାନଙ୍କ କାମରେ ସମସ୍ତେ ଖୁସି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।