ଅଭିନେତା ଚଙ୍କି ପାଣ୍ଡେ ମା’ଙ୍କ ଦେହାନ୍ତ

ନୂଆଦିଲ୍ଲୀ, ୧୦/୭: ବଲିଉଡର ଜଣାଶୁଣା ଅଭିନେତା ଚଙ୍କି ପାଣ୍ଡେଙ୍କ ମା’ ସ୍ନେହଲତା ପାଣ୍ଡେଙ୍କ ଦେହାନ୍ତ ହୋଇଛି। ମାଙ୍କ ମୃତ୍ୟୁରେ ଅଭିନେତା ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ତେବେ ତାଙ୍କ ମୃତ୍ୟୁ ପଛର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । କିନ୍ତୁ ବଲିଉଡର ଅନେକ ଷ୍ଟାର ଏବଂ ପରିବାର ଘନିଷ୍ଠ ତାଙ୍କ ବାନ୍ଦ୍ରା ସ୍ଥିତ ଘରେ ଶେଷ ଦର୍ଶନ ପାଇଁ ପହଞ୍ଚିଛନ୍ତି ।

ସୂଚନା ଅନୁଯାୟୀ ଖୁବ୍ ଶୀଘ୍ର ଚଙ୍କି ପାଣ୍ଡେଙ୍କ ମା’ଙ୍କୁ ଶବଦାହ କରାଯିବ। ଚଙ୍କି ପାଣ୍ଡେ ଏବଂ ଭବନା ପାଣ୍ଡେଙ୍କ ନିକଟତର ଥିବା ଅଭିନେତା ସମୀର ସୋନି ଏବଂ ଅଭିନେତ୍ରୀ ନୀଲମ ପାଣ୍ଡେ ଘରେ ପହଞ୍ଚିଛନ୍ତି। ସ୍ନେହଲତା ଜଣାଶୁଣା ସର୍ଜନ ଶରଦ ପାଣ୍ଡେଙ୍କ ପତ୍ନୀ ଥିଲେ ଏବଂ ବୃତ୍ତି ଅନୁଯାୟୀ ଜଣେ ଚିକିତ୍ସକ ମଧ୍ୟ ଥିଲେ। ତାଙ୍କର ଦୁଇ ପୁଅ ଅଛନ୍ତି, ଚଙ୍କି ପାଣ୍ଡେ ଏବଂ ଚିକ୍କି ପାଣ୍ଡେ ।