ପଟାଙ୍ଗି ପୋଡାଗୁଡା ଗାଁ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର, ୧୬/୪: କୋରାପୁଟ ଜିଲ୍ଲା ପଟାଙ୍ଗୀ ପୋଡାଗୁଡା ଗାଁରେ ମାଟି ଅତଡା ଧସି ୩ ଜଣଙ୍କ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକଟ କରିଛନ୍ତି। ଏଥିସହ ମୃତକଙ୍କ ପରିବାର ପିଛା ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଆଜି ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପିଛା ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ମୃତ ବ୍ୟକ୍ତିଙ୍କ ପରିବାର ପିଛା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।

ପୋଡାଗୁଡାର ୪ ଜଣ ମହିଳା ଚୂନମାଟି ଆଣିବାକୁ ନିକଟସ୍ଥ ଏକ ଅଞ୍ଚଳକୁ ଯାଇଥିଲେ । ତେବେ ସେଠାରେ ମାଟି ଖୋଳୁଥିବା ବେଳେ ହଠାତ୍‌ ସେମାନଙ୍କ ଉପରେ ଅତଡା ଖସିଥିଲା । ଚୂନମାଟି ଅତଡା ଖସିବା ଫଳରେ ମାଟିରେ ପୋତିହୋଇ ୩ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Comments are closed.