ମାର୍ଚ୍ଚ ୫ରେ ବରଗଡ ଯିବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ କାର୍ଯ୍ୟର କରିବେ ଶୁଭାରମ୍ଭ

0

ବରଗଡ, ୨୮/୨: ଆସନ୍ତା ମାର୍ଚ୍ଚ ୫ ତାରିଖରେ ବରଗଡ ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କର ଏହି ଗସ୍ତରେ ବିଜୁ ଏକ୍ସପ୍ରେସ ୱେ ରାସ୍ତାର ଲୋକାର୍ପଣ କରିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏହାସହ ରାଜ୍ୟ ବଜେଟ ଉପରେ ଜନ ସାଧାରଣଙ୍କୁ ଅବଗତ କରାଇବାର ବି କାର୍ଯ୍ୟକ୍ରମ ରହିଛି ।

ଏନେଇ ବରଗଡ ଜିଲ୍ଲା ବିଜେଡ଼ି ଦଳ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପର୍ଯ୍ୟବେକ୍ଷକ ସୁଧୀର ସାମଲ, ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ରିତା ସାହୁ, ଭଟଲି ବିଧାୟକ ସୁଶାନ୍ତ ସିଂ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖଙ୍କ ସହ ବହୁ ବିଜେଡ଼ି ନେତା ଓ କର୍ମୀ ସାମିଲ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏହି ଗ୍ରସ୍ତକୁ କିପରି ସଫଳତାର ସହ ଆୟୋଜନ କରାଯିବ ସେନେଇ ବୈଠକରେ ଆଲୋଚନା ହୋଇଛି ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଅବସରରେ ଏହି ଦିନଟିକୁ ଲୋକସେବା ଦିବସ ଭାବେ ପାଳନ କରୁଛି ବିଜୁ ଜନତା ଦଳ । ତେଣୁ ଏହିଦିନ ସକାଳ ୯ ଟା ୪୫ ମିନିଟରେ ସୋହେଲା ସ୍ଥିତ ହଲଦିପାଲୀ ପଡ଼ିଆରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଓହ୍ଲାଇବ । ସେଠାରେ ଏକ ସରକାରି ସଭାରେ ଯୋଗ ଦେବା ସହ ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶାକୁ ଯୋଡୁଥିବା ବିଜୁ ଏକ୍ସପ୍ରେସ ୱେ ରାସ୍ତାର ଲୋକାର୍ପଣ କରିବେ ।

 

SBI AD
Leave A Reply

Your email address will not be published.