ଆଜି ରାଉରକେଲାରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ ଦେଶର ସବୁଠୁ ବଡ଼ ହକି ଷ୍ଟାଡିୟମ

0

ରାଉରକେଲା,୫/୧ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲା ଗସ୍ତରେ ଯାଇ ଦେଶର ସବୁଠୁ ବଡ଼ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ଲୋକାର୍ପଣ କରିବେ। ମୁଖ୍ୟମନ୍ତ୍ରୀ ୧୨ଟା ୧୫ରେ ରାଉରକେଲା ବିମାନ ବନ୍ଦରରେ ଅବତରଣ କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ରହିବେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, 5T ସଚିବ ଭି.କେ ପାଣ୍ଡିଆନ, କ୍ରୀଡ଼ା ସଚିବ ଆର. ଭିନିଲ କ୍ରୀଷ୍ଣା। ବିମାନ ବନ୍ଦରରୁ ସିଧାସଳଖ ଯିବେ ବିପିୟୁଟି ପରିସରକୁ ସେଠାରେ ନିର୍ମାଣ ହୋଇଥିବା ୱାର୍ଲଡ କପ୍ ଭିଲେଜକୁ ଉଦଘାଟନ କରିବା ସହ ମୁଖ୍ୟମନ୍ତ୍ରୀ ସେଠାରେ ରହୁଥିବା ଭାରତୀୟ ହକି ଟିମକୁ ଭେଟି ଖେଳାଳିଙ୍କ ସହ ଆଲୋଚନା କରିବେ ।

ଏହାପରେ ଅପରାହ୍ନ ୩ଟା ୫୫ରେ ୱାର୍ଲଡ କପ୍ ଭିଲେଜ୍ ରୁ ବାହାରି ମୁଖ୍ୟମନ୍ତ୍ରୀ ଅପରାହ୍ଣ ୪ଟାରେ ସୁନ୍ଦରଗଡ଼ ମେଡ଼କାଲ କଲେଜ, ରାଉରକେଲାରେ ମୋ ବସ୍ ସେବା, ରାଉରକେଲା ସହରର ବିଭିନ୍ନ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଉଦଘାଟନ କରିବା ସହ ଅନେକ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହା ପରେ ମୁଖ୍ୟମନ୍ତ୍ରୀ ଅପରାହ୍ଣ ୪ଟା ୨୦ରେ ଦେଶର ବୃହତ୍ତମ ବିର୍ସାମୁଣ୍ଡା ହକି ଷ୍ଠାଡିୟମର ଲୋକାର୍ପଣ କରିବେ ।

SBI AD
Leave A Reply

Your email address will not be published.