ପରଲୋକରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭିଣୋଇ

0

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭିଣୋଇ ରାଜେନ୍ଦ୍ର ସିଂ ଚୌଧୁରୀଙ୍କ ମୁତ୍ୟୁ ଘଟିଛି। ଗାଜିଆବାଦର କୌଶମ୍ବୀରେ ଥିବା ଯଶୋଦା ହସ୍ପିଟାଲର PRO ରାହୁଲ ସାହନି କହିଛନ୍ତି ଯେ,୧ ଜାନୁଆରୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭିଣୋଇ ରାଜେନ୍ଦ୍ର ସିଂ ଚୌଧୁରୀ (67) ଙ୍କ ବ୍ରେନ ଷ୍ଟ୍ରୋକ ଆସିଥିଲା । ରବିବାର ଦିନ ପ୍ରାୟ 8.30 ସମୟରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର ବ୍ରେନ ଷ୍ଟୋକରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସୂଚନାମୁତାବକ ରବିବାର ଦିନ ପ୍ରାୟ ୮.୩୦ ସମୟରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ନ୍ୟୁରୋ ଚିକିତ୍ସକ ଡ ସୁମନ୍ତୋ ଚାଟାର୍ଜୀ, ଡ଼ାକ୍ତର ଡ ଅଂଶୁମାନ ତ୍ୟାଗୀ , ହୃଦ୍‌ରୋଗ ବିଶେଷଜ୍ଞ ଡ ଧିରେନ୍ଦ୍ର ସିଙ୍ଘାନିଆ ଙ୍କ ତତ୍ତ୍ୱାବଧାନରେ ତାଙ୍କୁ ଏହି ଡାକ୍ତରଖାନାରେ ରଖାଯାଇଥିଲା। ତାଙ୍କର ବ୍ରେନ ଡେଡ଼ ହେବାରୁ ସମ୍ପର୍କୀୟମାନେ ତାଙ୍କୁ ବୁଧବାର ସନ୍ଧ୍ୟା ପ୍ରାୟ ୫.୩୦ ସମୟରେ ଡାକ୍ତରଖାନାରୁ ଘରକୁ ନେଇ ଯାଇଥିଲେ। ସେ ରାଜନଗରରେ ଥିବା ତାଙ୍କ ଘରେ ଭେଣ୍ଟିଲେଟରରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଥିଲେ। ବୁଧବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି।

SBI AD
Leave A Reply

Your email address will not be published.