ମହାରାଷ୍ଟ୍ରରେ ୨୮ ବର୍ଷ ପରେ ସିଟ୍‌ ହାତେଇଲା କଂଗ୍ରେସ

0

ମୁମ୍ବାଇ,୨/୩: ମହାରାଷ୍ଟ୍ର ଉପନିର୍ବାଚନରେ ବିଜେପି-ସିନ୍ଦେ ମେଣ୍ଟକୁ ଶକ୍ତ ଝଟକା ଲାଗିଛି। ପୁଣେର କସବା ପେଠ ବିଧାନସଭା ଉପନିର୍ବାଚନରେ ବିଜେପି-ସିନ୍ଦେ ମେଣ୍ଟ ହାରିଯାଇଛି। ୨୮ ବର୍ଷ ପରେ କଂଗ୍ରେସ ଏହି ସିଟ୍‌ କୁ ଛଡେଇ ନେଇଛି। କଂଗ୍ରେସ ପ୍ରାର୍ଥୀ ରବିନ୍ଦ୍ର ଧଙ୍ଗେକର ବିଜୟୀ ହୋଇଛନ୍ତି। ଧଙ୍ଗେକର ତାଙ୍କ ନିକଟତମ ମେଣ୍ଟ ପ୍ରାର୍ଥୀଙ୍କୁ ୧୦ ହଜାର ୯୫୦ ଭୋଟ ବ୍ୟବଧାନରେ ହରାଇ ଦେଇଛନ୍ତି। କୁହାଯାଉଛି କସବା ପେଠ ନିର୍ବାଚନମଣ୍ଡଳିରେ ପରମ୍ପରାଗତ ବ୍ରାହ୍ମଣ ଭୋଟର ବିଜେପି ଉପରେ ଅସନ୍ତୁଷ୍ଟ ଥିଲେ।

ବିଜେପି ଏହି ଆସନରେ ବ୍ରାହ୍ମଣ ନେତାଙ୍କୁ ପ୍ରାର୍ଥୀ କରିନଥିଲା। ଏହି ଆସନରେ ବିଜେପିର ସ୍ୱର୍ଗତ ବିଧାୟକ ମୁକ୍ତା ତିଲକ ବ୍ରାହ୍ମଣ ସମାଜର ଥିଲେ। ମୁକ୍ତା ତିଲକଙ୍କ ପୂର୍ବରୁ ଗିରିଶ ବାପଟ ଏଠାରେ ବିଧାୟକ ଥିଲେ। ସେ ମଧ୍ୟ ବ୍ରହ୍ମଣ ସମାଜର ଥିଲେ। ଉଲ୍ଲେଖଯୋଗ୍ୟ ଯେ କସବା ପେଠ ବିଧାନସଭା ନିର୍ବାଚନ ମଣ୍ଡଳିରେ ୩୬ ହଜାର ବ୍ରାହ୍ମଣ ଭୋଟର ଅଛନ୍ତି। ମୁକ୍ତା ତିଲକଙ୍କ ପରଲୋକ ପରେ ତାଙ୍କ ପରିବାରର କୌଣସି ସଦସ୍ୟଙ୍କୁ ଟିକେଟ୍ ଦିଆ ନଯିବାରୁ ପୁଣେର ଅନେକ ସ୍ଥାନରେ ବ୍ରାହ୍ମଣଙ୍କ ସହ ଅବିଚାରର ବୋର୍ଡ ଲାଗିଥିଲା।

ତେବେ ଉପ ନିର୍ବାଚନରେ ମହାବିକାଶ ଅଘାଡି(ଏମଭିଏ) ମେଣ୍ଟ ପକ୍ଷରୁ ରବିନ୍ଦ୍ର ଧାଙ୍ଗେକରଙ୍କ ରୂପରେ ଜଣେ ମଜଭୁତ ନେତାଙ୍କୁ ପ୍ରାର୍ଥୀ କରାଯାଇଥିଲା। ପାର୍ଟି ବ୍ୟତୀତ ରବିନ୍ଦ୍ରଙ୍କର ମଧ୍ୟ ନିଜର ଜନାଧାର ଥିଲା। ଗତ ୩୦ ବର୍ଷ ହେଲା ରବିନ୍ଦ୍ର ସାମାଜିକ ଜୀବନ ନିର୍ବାହ କରିଆସୁଛନ୍ତି। କୁହାଯାଏ ରାତି ୨ଟାରେ ଯଦି କେହି ରବିନ୍ଦ୍ରଙ୍କୁ ସହାୟତା ପାଇଁ ଫୋନ କରୁଥିଲା ରବିନ୍ଦ୍ର ତା ନିକଟକୁ ପହଞ୍ଚି ଯାଉଥିଲେ। ଖାସ ଏହି କାରଣରୁ ନିର୍ବାଚନମଣ୍ଡଳିରେ ରବିନ୍ଦ୍ରଙ୍କର ଭଲ ଲୋକସମ୍ପର୍କ ଥିଲା।

SBI AD
Leave A Reply

Your email address will not be published.