ୱାଇନାଡରେ ରାହୁଲ ଗାନ୍ଧି, ସାଙ୍ଗରେ ଅଛନ୍ତି ପ୍ରିୟଙ୍କା

ୱାଇନାଡ ୧୧।୪: ରାହୁଲ ଗାନ୍ଧି ଆଜି ତାଙ୍କ ନିର୍ବାଚନମଣ୍ଡଳି ୱାଇନାଡ ଗସ୍ତ କରିଛନ୍ତି। ଏହି ଗସ୍ତରେ ତାଙ୍କ ସହ ଭଉଣୀ ତଥା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ମଧ୍ୟ ଯାଇଛନ୍ତି। ଉଭୟ ୱାଇନାଡରେ ଜନତାଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ପ୍ରିୟଙ୍କା ତାଙ୍କ ଭାଇ ତଥା ୱାଇନାଡର ପୂର୍ବତନ ସାଂସଦ ରାହୁଲ ଗାନ୍ଧିଙ୍କୁ ସବୁଠୁ ସଚ୍ଚୋଟ ବ୍ୟକ୍ତି ବୋଲି କହିଛନ୍ତି। ସେ ଯାହା କୁହନ୍ତି ଖୋଲା ଖୋଲି କୁହନ୍ତି ଓ କାହାକୁ ଡରନ୍ତିନି ବୋଲି କହିଛନ୍ତି ପ୍ରିୟଙ୍କା।

 

ୱାଇନାଡ ଜନତାଙ୍କୁ ସମ୍ବୋଧିତ କରି ପ୍ରିୟଙ୍କା କହିଛନ୍ତି ଯେ, ଶାସକ ତାଙ୍କ କ୍ଷମତା ବଳରେ ରାହୁଲଙ୍କୁ ହଟେଇବାକୁ ଉଦ୍ୟମ କରୁଛନ୍ତି। ହେଲେ ସେ ନିଜ ସ୍ଥାନରେ ଦୃଢ ଅଛନ୍ତି। କାରଣ ସେ ଆପଣମାନଙ୍କ ସଂଘର୍ଷକୁ ବୁଝନ୍ତି, ଆପଣମାନଙ୍କ ଲାଗି କାମ କରିଛନ୍ତି ଓ ଆପଣମାନଙ୍କ ସହିତ ଛିଡା ହୋଇଛନ୍ତି। ଏହି ଅବସରରେ ପ୍ରିୟଙ୍କା ତାଙ୍କ ଭାଇଙ୍କ କଷ୍ଟ ବଖାଣିବାକୁ ଯାଇ କହିଛନ୍ତି ଯେ ତାଙ୍କର ସଂସଦ ସଦସ୍ୟତା ସମାପ୍ତ ହୋଇଯାଇଥିଲା। ସେ ୱାଇନାଡକୁ ତାଙ୍କ ଆସବାବପତ୍ର ପ୍ୟାକ୍‌ କରିବାକୁ ଆସିଥିଲେ। ଏଥିରେ ମୁଁ ତାଙ୍କର ସାମାନ ପ୍ୟାକ୍‌ କରିଥିଲି ବୋଲି ପ୍ରିୟଙ୍କା କହିଛନ୍ତି। ଏଥିରେ ରାହୁଲ ମଧ୍ୟ ୱାଇନାଡ ଜନତାଙ୍କୁ ସମ୍ବୋଧିତ କରିଥିଲେ। ୱାଇନାଡର ଜନତାଙ୍କୁ ସେ ନିଜର ପରିବାର ବୋଲି କହିଥିଲେ।

ରାହୁଲ ୪ ବର୍ଷ ପୂର୍ବେ ୱାଇନାଡ ଆସିବାର ସ୍ମୃତିଚାରଣ କରିଥିଲେ। କହିଥିଲେ ଏଠାକୁ ଆସିଥିଲି ଆପଣଙ୍କ ସାଂସଦ ହୋଇଥିଲି। ଏଠାରେ ନିର୍ବାଚନ ପ୍ରଚାରର ପ୍ରଣାଳୀ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଏମିତିରେ ସାଧାରଣ ନିର୍ବାଚନ ପ୍ରଚାରରେ ମୁଁ ଦଳୀୟ ନୀତିର ଆଲୋଚନା କରିଥାଏ, ହେଲେ ଏଠାରେ ଯେତେବେଳେ ପ୍ରଚାର କଲି ଆପଣମାନଙ୍କ ମଧ୍ୟକୁ ଗଲି ମୋତେ ଲାଗିଲା ମୁଁ ମୋ ପରିବରାକୁ ଆସିଛି। ମୁଁ କେରଳର ନୁହେଁ ହେଲେ ଆପଣମାନଙ୍କ ଭଲ ପାଇବା ସାଂସଦ ହେବାର ଅର୍ଥ କଣ ମୋତେ ଅନୁଭବ ଦେଇଥିଲା। ଜନତାଙ୍କ ପ୍ରତିନିଧିତ୍ୱ କରିବା ବଦୁତ ବଡ଼ କଥା ଏଥିଲାଗି ଲୋକଙ୍କ ସଂଘର୍ଷକୁ ବୁଝିବାକୁ ହୋଇଥାଏ ବୋଲି ରାହୁଲ କହିଛନ୍ତି।