ମେ’ ମାସରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ନିର୍ବାଚନ

ନୂଆଦିଲ୍ଲୀ, ୨୨/୧ : ମେ ମାସରେ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ । ଏନେଇ ଆଜି କଂଗ୍ରେସ ଓ୍ୱାର୍କିଂ କମିଟି ବା ସିଡବ୍ଲ୍ୟୁସି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ ଦଳ ସଙ୍ଗଠାନିକ ନିର୍ବାଚନ କରିବ । ଯେଉଁଥିରେ ଅଧ୍ୟକ୍ଷ ପଦର ନିର୍ବାଚନ ବହୁତ ଗୁରୁତ୍ୱପୂର୍ଣ୍ଣ ।

ଆଜି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ସିଡବ୍ଲ୍ୟୁସିର ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସୋନିଆ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ସୋନିଆ କହିଥିଲେ ଯେ, କେନ୍ଦ୍ର ସରକାର ହେଉଛନ୍ତି ସମ୍ବେଦନହୀନ । ଅହଂକାରର ସମସ୍ତ ସୀମା ଟପିଛନ୍ତି ସରକାର । କୃଷି ଆଇନକୁ ସରକାର ତରବରିଆ ଭାବେ ପାରିତ କରିଥିଲେ ।

ସୋନିଆ ଆହୁରି କହିଥିଲେ ଯେ, ସରକାର କୃଷକଙ୍କୁ କୃଷି ଆଇନକୁ ଭଲ ଭାବେ ବୁଝିବା ପାଇଁ ସୁଯୋଗ ଦେଇନଥିଲେ । ଏବେ ସେଥିପାଇଁ ବୈଠକ ପରେ ବୈଠକ ଚାଲିଛି । କଂଗ୍ରେସ ପୂର୍ବରୁ ଏହି ତିନୋଟି ଆଇନକୁ ଖାରଜ କରିଦେଇଥିଲା । ଏହା ଏମଏସପି ଓ ଖାଦ୍ୟ ସୁରକ୍ଷା ପ୍ରତି ଅପମାନ ସଦୃଶ ।

Comments are closed.