ରାଜ୍ୟରେ ଆଜି ୧୩୭୨ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୧୪୦କୁ ବୃଦ୍ଧି

ଭୁବନେଶ୍ୱର,୭ /୧୧ : ରାଜ୍ୟରେ ଆଜି ୧,୩୭୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୭୯୬ ଓ ସ୍ଥାନୀୟଅଞ୍ଚଳରୁ ୫୭୬ ଚିହ୍ନଟ ହୋଇଛନ୍ତି । ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୪୦କୁ ବୃଦ୍ଧି ପାଇଛି। ୨,୮୫,୧୭୪ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୩,୫୦୩ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

୩୦ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୧୪୫ଓ କଟକରୁ ୧୨୧। ଅନୁଗୁଳରୁ ୮୧, ବାଲେଶ୍ୱର ୩୧, ବରଗଡ ୪୦, ଭଦ୍ରକ ୩୧, ବଲାଙ୍ଗୀର ୪୦, ବୌଦ୍ଧ ୨, ଦେଓଗଡ ୮, ଢେଙ୍କାନାଳ ୨୫, ଗଜପତି ୪, ଗଞ୍ଜାମ ୨୧, ଜଗତସିଂହପୁର ୭୦, ଯାଜପୁର ୩୪, ଝାରସୁଗୁଡ଼ା ୩୩, କଳାହାଣ୍ଡି ୪୦ , କନ୍ଧମାଳ ୧୧, କେନ୍ଦ୍ରାପଡ଼ା ୬୫, କେନ୍ଦୁଝର ୪୦, କୋରାପୁଟ ୨୦, ମାଲକାନଗିରି ୨୦, ମୟୁରଭଞ୍ଜ ୭୮, ନବରଙ୍ଗପୁର ୨୬, ନୟାଗଡ଼ ୩୨, ନୂଆପଡା ୧୦୮, ପୁରୀ ୫୩, ରାୟଗଡ଼ା ୧୧, ସମ୍ବଲପୁର ୩୭, ସୋନପୁର ୧୯, ସୁନ୍ଦରଗଡ ୯୬, ଷ୍ଟେଟ ପୁଲରୁ ୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।