ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ୫୩ ଲକ୍ଷ ୧୨ ହଜାର, ମୃତ୍ୟୁ ସଂଖ୍ୟା ୧୧ ଲକ୍ଷ ୮୫ ହଜାର

ନୂଆଦିଲ୍ଲୀ, ୩୦/୧୦ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୪ କୋଟି ୫୩ ଲକ୍ଷ ୧୨ ହଜାର ୬୯୨ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୧୧ ଲକ୍ଷ ୮୫ ହଜାର ୭୩୩ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୩ କୋଟି ୨୯ ଲକ୍ଷ ୮୫ ହଜାର ୫୨୩ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୧ କୋଟି ୧୧ ଲକ୍ଷ ୪୧ ହଜାର ୪୩୬ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୮୨ ହଜାର ୨୩୪ ହେଉଛନ୍ତି ଗୁରୁତର ରୋଗୀ ।

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୨ ଲକ୍ଷ ୧୨ ହଜାର ୫୬୩ରେ ପହଞ୍ଚିଛି । ମୋଟ ୨ ଲକ୍ଷ ୩୪ ହଜାର ୧୭୭ ଜଣଙ୍କର ମୃତ୍ୟୁ ହୋଇଛି । ରୋଗରୁ ୫୯ ଲକ୍ଷ ୮୩ ହଜାର ୩୪୩ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୯ ଲକ୍ଷ ୯୫ ହଜାର ୪୩। ଏଥିରୁ ୧୬ ହଜାର ୯୫୦ ଜଣ ଗୁରୁତର ଅଛନ୍ତି ।