ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ କୋଟି ୩୭ ଲକ୍ଷ ୬୨ ହଜାର, ମୃତ୍ୟୁ ସଂଖ୍ୟା ୧୬ ଲକ୍ଷ ୪୦ ହଜାର

ନୂଆଦିଲ୍ଲୀ, ୧୬/୧୨ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୭ କୋଟି ୩୭ ଲକ୍ଷ ୬୨ ହଜାର ୨୯୪ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୧୬ ଲକ୍ଷ ୪୦ ହଜାର ୧୩୪ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୫ କୋଟି ୧୭ ଲକ୍ଷ ୮୧ ହଜାର ୫୧୭ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨ କୋଟି ୩ ଲକ୍ଷ ୪୦ ହଜାର ୬୪୩ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୧୭ ହଜାର ୧୮୧ ହେଉଛନ୍ତି ଗୁରୁତର ରୋଗୀ ।

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୭୧ ଲକ୍ଷ ୧୮ ହଜାର ୯୧୮ରେ ପହଞ୍ଚିଛି । ମୋଟ ୩ ଲକ୍ଷ ୧୦ ହଜାର ୬୪୯ ଜଣଙ୍କର ମୃତ୍ୟୁ ହୋଇଛି । ରୋଗରୁ ୯୯ ଲକ୍ଷ ୮୮ ହଜାର ୯୮୧ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୬୮ ଲକ୍ଷ ୧୯ ହଜାର ୨୮୮ । ଏଥିରୁ ୨୭ ହଜାର ୬୨୬ ଜଣ ଗୁରୁତର ଅଛନ୍ତି ।