ହସ୍ପିଟାଲରେ ଚିକିତ୍ସା ପାଇଁ ଦରକାର ଆଧାରକାର୍ଡ, ପାଣିବିଲ ଅଥବା ଭୋଟ ପରିଚୟ ପତ୍ର

ନୂଆଦିଲ୍ଲୀ,୮/୬ : ଦିଲ୍ଲୀରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାର ଅତିକ୍ରମ କରିସାରିଲାଣି । ଏହାରି ମଧ୍ୟରେ ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ଏକ ନିଦ୍ଦେର୍ଶନାମା ଜାରି କରିଛି । ନିର୍ଦ୍ଦେଶନାମା ଅନୁସାରେ ଦିଲ୍ଲୀବାସୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ କିଛି ପ୍ରମାଣ ଦେଖାଇବାକୁ ପଡ଼ିବ, ଯାହା ପରେ ଚିକିତ୍ସା କରାଯିବ ।

ଦିଲ୍ଲୀରେ ସରକାରୀ ଡ଼ାକ୍ତରଖାନା ଓ ଘରୋଇ ଡାକ୍ତରଖାନା ଏବେ କେବଳ ଦିଲ୍ଲୀବାସୀଙ୍କର ହିଁ ଚିକିତ୍ସା କରପାରିବେ । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହା କହିଛନ୍ତି । ଏହାପରେ ଦିଲ୍ଲୀର ସ୍ୱାସ୍ଥ୍ୟ ବିଭାଗ ଏବେ ଏହା ସହିତ ଜଡ଼ିତ ବସ୍ତୃତ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଦିଲ୍ଲୀରେ ସରକାରୀ ଡ଼ାକ୍ତରଖାନା ଓ ଘରୋଇ ଡ଼ାକ୍ତରଖାନାରେ କେବଳ ଦିଲ୍ଲୀବାସୀଙ୍କର ଚିକିତ୍ସା ହେବ । କିନ୍ତୁ ଏହି ଡ଼ାକ୍ତରଖାନାମାନଙ୍କରେ ବାହାର ଲୋକମାନଙ୍କ ପାଇଁ ମଧ୍ୟ ଟ୍ରାନ୍ସପ୍ଲାଣ୍ଟେସନ, ଓନକୋଲୋଜି, ନ୍ୟୁରୋସର୍ଜରୀ ପରି ସ୍ୱାତନ୍ତ୍ର ଚିକିତ୍ସାର ସୁବିଧା ଜାରି ରହିବ । ଏହା ବ୍ୟତୀତ ସଡ଼କ ଦୁର୍ଘଟଣା ଓ ଏସିଡ଼ ଆକ୍ରମଣ ଆଦି ଦିଲ୍ଲୀ ବାହାରର ଲୋକ ହୋଇଥିଲେ ମଧ୍ୟ ଏହି ଡ଼ାକ୍ତରଖାନାମାନଙ୍କରେ ଚିକିତ୍ସା କରିପାରିବେ ।

ଯଦି ଏହି ଡ଼ାକ୍ତରଖାନାମାନଙ୍କରେ ଦିଲ୍ଲୀବାସୀ ଚିକିତ୍ସା କରିବା ପାଇଁ ଚାହାଁନ୍ତି ତେବେ ତାଙ୍କୁ କିଛି ପ୍ରମାଣପତ୍ରର ଆବଶ୍ୟକତା ପଡ଼ିବ । ଚିକିତ୍ସା କରାଇବା ପାଇଁ କିଛି ପ୍ରମାଣ ପତ୍ର ଦେଖାଇବାକୁ ପଡ଼ିବ । ସେଥିରେ ଭୋଟର ଆଇଡି, ବ୍ୟାଙ୍କ/ କିସାନ କାର୍ଡ/ପୋଷ୍ଟ ଅଫିସର ତାଜା ପାସବୁକ, ରାସନ କାର୍ଡ, ପାସପୋର୍ଟ, ଡ୍ରାଇଭିଙ୍ଗ ଲାଇସନ୍ସ ବା ଇନକମ ଟ୍ୟାକ୍ସ ରିର୍ଟନର ପ୍ରମାଣ ରହିଛି ।