ନୂଆଦିଲ୍ଲୀ ୧୪/୪: ଦେଶରେ କରୋନାର ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ୧୫୮ରେ ପହଞ୍ଚିଛି । ୭ ଦିନ ପୂର୍ବରୁ ୫ ହଜାର ୩୩୫ ମାମାଲା ସାମନାକୁ ଆସିଥିଲା । ସଂକ୍ରମଣ ବଢ଼ୁଥିବାରୁ କେତେକ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ତେବେ ନିକଟରେ କରୋନାକୁ ନେଇ ଏକ ଚିନ୍ତାଜନକ ଘଟଣା ସାମନାକୁ ଆସିଥିବାବେଳେ ଭାରତରେ କରୋନାର ଏକ ନୂଆ ଭାରିଆଣ୍ଟ ଦେଖାଦେଇଛି । ଯାହା ଖୁବ୍ ମାରାତ୍ମକ । ଏହି ନୂଆ ଭାରିଆଣ୍ଟର ନାଁ ଆର୍କେଟୁରସ । ତେବେ ଏହି ଆର୍କେଟୁରସ ଭାରିଆଣ୍ଟ କ’ଣ ? ଏହାର ଲକ୍ଷଣ ଓ ଚିକିତ୍ସା କ’ଣ ରହିଛି ଆସନ୍ତୁ ଜାଣିବା ।
ଭାରିଆଣ୍ଟ ଓମିକ୍ରନ ଭାରିଆଣ୍ଟର ୬ ଶହରୁ ଅଧିକ ସବ୍ ଭାରିଆଣ୍ଟରୁ ଗୋଟିଏ ଏହି ଆର୍କେଟୁରସ ଭାରିଆଣ୍ଟ । ଜାନୁଆରୀ ମାସରେ ପ୍ରଥମ ଥର ପାଇଁ ଏହି ଭାରିଆଣ୍ଟ ସାମନାକୁ ଆସିଥିଲା । ନ୍ୟୁୟର୍କ ଇଣ୍ଟରଭ୍ୟୁ ଅଫ୍ ଟେକ୍ନୋଲୋଜି ସୋ ରାଜେନ୍ଦ୍ରମ୍ ରାଜନାରାୟଣ ମୁତାବକ, ଏହି ଆର୍କେଟୁରସ ଭାରିଆଣ୍ଟ କାର୍ଲିଫର୍ଣ୍ଣିଆ, ଆମେରିକା, ଅଷ୍ଟ୍ରେଲିଆ, ସିଙ୍ଗାପୁର, ୱାଶିଂଟନ୍, ନ୍ୟୁ ଜର୍ସି, ନ୍ୟୁ ୟର୍କ ଓ ଟେକ୍ସାସ ସମେତ ଆମେରିକା ଓ ଅନ୍ୟ ୨୨ଟି ଦେଶରେ ଦେଖାଦେଇଛି । କିନ୍ତୁ, ଭାରତରେ ଏହି ଭାରିଆଣ୍ଟର ସବୁଠାରୁ ଅଧିକ ମାମଲା ଦେଖାଦେଇଛି । ଗତ ମାସ ଭିତରେ ଭାରତରେ ଏହି ମାମାଲା ୧୩ ଗୁଣ ବୃଦ୍ଧି ପାଇଛି । ବୈଜ୍ଞାନିକଙ୍କ ମତରେ କରୋନାର ଅନ୍ୟ ଭାରିଆଣ୍ଟ ତୁଳନାରେ ଏହା ଅଧିକ ଘାତକଜନକ ।
ଆର୍କେଟୁରସ ଭାରିଆଣ୍ଟର ଲକ୍ଷଣ କ’ଣ : ଭୀଷଣ ଜ୍ୱର, କାଶ, ଆଖି କୁଣ୍ଡାଇ ହେବ, ଆଖି ଗୋଲାପୀ ରଙ୍ଗର ହୋଇଯିବା ଆଦି ଏହି ଭାରିଆଣ୍ଟର ଲକ୍ଷଣ ।
ଏଥିପାଇଁ କ’ଣ ରହିଛି ଚିକିତ୍ସା : ଯଦି ଏସବୁ ଲକ୍ଷଣ ଦେଖାଦିଏ, ତେବେ ସର୍ବପ୍ରଥମେ ନିଜକୁ ସଙ୍ଗରୋଧ କରିନେବା ଉଚିତ୍ । ପରେ କରୋନାର ଯାଞ୍ଚ କରାନ୍ତୁ । ଯଦି ଆପଣଙ୍କୁ ଜ୍ୱର କିମ୍ୱା ଥଣ୍ଡା ହୋଇଥାଏ, ତେବେ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ସେବନ କରନ୍ତୁ ନାହିଁ । ଏହା ବ୍ୟତୀତ ମାସ୍କ ଧାରଣ କରନ୍ତୁ । ଭ୍ୟାକ୍ସିନ ନେବା ସହ ସଙ୍ଗରୋଧର ନିୟମ ମାନନ୍ତୁ । ଏଥିସହ ନିୟମିତ ଭାବେ ହାତ ଧୁଅନ୍ତୁ ।
