କେନ୍ଦୁଝର ମେଡିକାଲ୍ ପାଇଁ ୨୦ ନୂଆ ପଦବୀ ସୃଷ୍ଟି

0

ଭୁବନେଶ୍ୱର: କେନ୍ଦୁଝରରେ ୩୩୦ ଶଯ୍ୟା ବିଶି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିମନ୍ତେ ବିଭିନ୍ନ ବର୍ଗରେ ୨୦ ଟି ନୂଆ ପଦବୀ ସୃଷ୍ଟି କରାଯାଇଛି । ଏବାବଦରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ କାର୍ଯ୍ୟାଳୟ ଆଦେଶରୁ ଜଣାପଡ଼ିଛି ଯେ, ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଏହି ଡାକ୍ତରଖାନା ପାଇଁ ୩ ଟି ନିଶ୍ଚେତକ ସ୍ପେଶାଲିଷ୍ଟ, ୧ଟି ଅସ୍ତି ଶଲ୍ୟ ସ୍ପେଶାଲିଷ୍ଟ୍, ୧ଟି ଜରୁରୀ କାଳୀନ ମେଡିକାଲ ଅଧିକାରୀ, ୨ଟି ବ୍ଲଡ ବ୍ୟାଙ୍କ୍ ଅଧିକାରୀ, ୮ ଟି ମେଡିକାଲ ଅଧିକାରୀ, ୧ ଟି ଦନ୍ତ ଚିକିତ୍ସକ ଏବଂ ୩ଟି ପରିକ୍ଷଗାର ସହାୟକ ଏହିପରି ସମୁଦାୟ ୨୦ଟି ପଦବୀ ସୃଷ୍ଟି କରାଯାଇଛି ।

ଏହି ସବୁ ପଦବୀରେ ସ୍ପେଶାଳିଷ୍ଟ ମାନେ ନିୟୋଜିତ ହେବା ପରେ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟର ଗୁଣାତ୍ମକ ମାନ ବହୁ ଗୁଣିତ ହେବ ବୋଲି ବୁଦ୍ଧିଜବୀମାନେ ଆଶା ପ୍ରକାଶ କରିବା ସହ ଏଥି ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

SBI AD
Leave A Reply

Your email address will not be published.