ପଶ୍ଚିମବଙ୍ଗରେ ତାଣ୍ଡବ ରଚିଲା ବାତ୍ୟା ଅମ୍ଫାନ୍

କୋଲକାତା, ୨୦/୫ : ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ଆଜି ସନ୍ଧ୍ୟା ସମୟରେ ସୁନ୍ଦରବନ ନିକଟବର୍ତ୍ତି ଓଡିଶା ଓ ପଶ୍ଚିମବଙ୍ଗ ସୀମାରେ ସ୍ଥାଳଭଗ ଛୁଇଁଛି । ପଶ୍ଚିମବଙ୍ଗ ରେ ବର୍ଷା ସାଙ୍ଗକୁ ଝଡ଼ତୋଫାନର ପ୍ରଭାବ ସୁନ୍ଦରବନ ପାଖାପାଖି ଅଞ୍ଚଲରେ ଅଧିକ ପଡ଼ିଛି । ପଶ୍ଚିମବଙ୍ଗ ରାଜଧାନୀ କୋଲକାତା, ପଡୋଶୀ ହାୱଡା ଓ ହୁଗୁଳି ଉପରେ ବାତ୍ୟା ତାଣ୍ଡବ ରଚିଛି। ବତ୍ୟାର କରାଳ ପ୍ରଭାବରେ ପଶ୍ଚିମବଙ୍ଗ ର ୧୨ ରୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ପବନର ବେଗ ଘଣ୍ଟାପ୍ରତି ୧୩୦ କିଲୋମିଟର ବେଗ ଛୁଇଁଥିବା ବେଳେ ପବନ ସାଙ୍ଗକୁ ବର୍ଷା ହୋଇଥିଲା । ବାତ୍ୟା ତାଣ୍ଡବ ରେ ଅନେକ ସ୍ଥାନରେ ଗଛ, ଘର ଆଦି ଭାଙ୍ଗିଛି । ରାଜ୍ୟରେ ପ୍ରାୟ ୫ ହଜାର ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।