ନୂଆଦିଲ୍ଲୀ : କେନ୍ଦ୍ର ସରକାର ପାନ୍ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ୍ କରିବାର ସମୟସୀମା ବୃଦ୍ଧି କରିଛନ୍ତି। ନୂତନ ସୂଚନା ଅନୁଯାୟୀ, ପାନ୍-ଆଧାର ଲିଙ୍କ୍ର ସମୟସୀମା ୩୦ ଜୁନ୍ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେଣ୍ଟ୍ରାଲ ବୋର୍ଡ଼ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ୍(ସିବିଡିଟି) ଏକ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି। ଏନେଇ ପିଆଇବି ପକ୍ଷରୁ ଟ୍ବିଟ୍ କରାଯାଇଛି ଯେ, କରଦାତାମାନଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇ ପାନ୍ କାର୍ଡକୁ ଆଧାର ସହ ଲିଙ୍କ୍ କରିବାର ଶେଷ ତାରିଖ ଜୁନ୍ ୩୦, ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ପାନ୍ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ୍ କରିବାର ଶେଷ ତାରିଖ ମାର୍ଚ୍ଚ ୩୧, ୨୦୨୩ ଥିଲା।
