ନୂଆଦିଲ୍ଲୀ ୩୧/୦୩ : ମଶାଧୂପ ଯୋଗୁଁ ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଦିଲ୍ଲୀର ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଘଟିଛି। ରାତିରେ ଶୋଇଥିବା ସମୟରେ ଏହି ପରିବାର ମଶାଧୂପ ଲଗାଇ ଥିଲେ। ସକାଳେ ସଭିଁଙ୍କ ମୃତ୍ୟୁ ହୋଇଥିବା ଦେଖାଯାଇଥିଲା। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗୋଟିଏ ଘରୁ ୬ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲା। ଅସାବଧାନତାରୁ ପ୍ରଥମେ ମଶାଧୂପରୁ ନିଆଁ ଲାଗିଥିଲା। ନିଆଁରେ ପୋଡି ହୋଇ ୨ ଜଣଙ୍କର ଓ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୪ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି। ଘଟଣାର ତଦନ୍ତ କରାଯାଉଛି।
