ନ୍ୟାୟର ମନ୍ଦିରରେ ମହିଳାଙ୍କୁ ଦୁଷ୍କର୍ମ

ନୂଆଦିଲ୍ଲୀ,୨୩/୬: ଦେଶରେ ଦିନକୁ ଦିନ ବଢୁଛି ବଳତ୍କାର ମାମଲା । ବଳତ୍କାରର ଶିକାର ହେଉଥିବା ପୀଡିତଟିକୁ ନ୍ୟାୟ ପାଇବା ପାଇଁ ଅନେକ କଷ୍ଟ କରିବାକୁ ପଡିଥାଏ । ଆଉ ତାକୁ ନ୍ୟାୟଳୟରୁ ନ୍ୟାୟ ମିଳିଥାଏ । ହେଲେ ଯଦି ନ୍ୟାୟର ମନ୍ଦିରରେ ପୀଡିତାଟିକୁ ବଳତ୍କାର କରାଯିବ ତେବେ ସେ ନ୍ୟାୟ ପାଇବ କେଉଁଠିକୁ ? ଦେଶର ରାଜଧୀନୀ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ପରିସରରେ ଥିବା ଏକ କୋଠରୀରେ ଜଣେ ୩୮ ବର୍ଷୀୟ ମହିଳା ବଳତ୍କାରର ଶୀକାର ହୋଇଛନ୍ତି । ପୋଲିସର ସୂଚନାନୁସାରେ, ସୋମବାର ଘଟିଥିବା ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରାଯାଇଛି।

ଦିଲ୍ଲୀ ପୋଲିସକୁ ମିଳିଥିବା ସୂଚନା ଅନୁସାରେ କୋର୍ଟକୁ କୌଣସି ମାମଲାରେ ଅଭିଯୋଗ କରିବା ପାଇଁ ଆସିଥିବା ଜଣେ ମହିଳାଙ୍କୁ କୋର୍ଟରେ ବଳାତ୍କାର କରାଯାଇଥିଲା । ଅଭିଯୋଗରେ କୁହାଯାଇଥିଲା ଯେ କୋର୍ଟରେ ଅର୍ଡଲି ଭାବେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ଏହି ବଳାତ୍କାର ଘଟଣାରେ ଅଭିଯୁକ୍ତ ଅଛନ୍ତି । ୩୮ ବର୍ଷୀୟା ମହିଳା ଦିଲ୍ଲୀର ହଜ କାଶ ଅଞ୍ଚଳରେ ରୁହନ୍ତି । ମହିଳା ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତ ରାଜେନ୍ଦ୍ର ତାଙ୍କୁ ରାଉସ୍ ଆଭେନ୍ୟୁରେ ଥିବା କୋର୍ଟ ନମ୍ବର ୩୦୮ ର ବିଶ୍ରାମ କକ୍ଷରେ ବଳାତ୍କାର କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଉକ୍ତ ମହିଳାଙ୍କ ଡାକ୍ତରୀ ଯାଞ୍ଚ କରିଥିଲା ​​ଯେଉଁଥିରେ ବଳାତ୍କାର ହୋଇଥିବା ନେଇ ପ୍ରମାଣିତ ହୋଇଥିଲା । ଏହା ପରେ ଦିଲ୍ଲୀ ପୋଲିସ ଆଇପିସିର ଧାରା ୩୭୬, ୧୩୨/୨୦ ଅନୁଯାୟୀ ଏକ ଏଫଆଇଆର ପଞ୍ଜୀକୃତ କରି ଅଭିଯୁକ୍ତକୁ ଗିରଫ କରିଛି ।