ନିଜର ୪ ମହଲା କୋଠାକୁ ରାହୁଲ ଗାନ୍ଧିଙ୍କ ନାମରେ କରିଦେଲେ ମହିଳା, ଜାଣନ୍ତୁ କହିଲେ କ’ଣ ?

0

ନୂଆଦିଲ୍ଲୀ,୧/୪: ପୂର୍ବତନ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ସରକାରୀ କ୍ୱାର୍ଟର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିଲାଗି ରାହୁଲଙ୍କୁ ଏପ୍ରିଲ ୨୨ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ସଂସଦ ସଦସ୍ୟତା ସମାପ୍ତ ହେବା ପରେ କ୍ୱାର୍ଟର ଖାଲି କରିବାକୁ ନିର୍ଦ୍ଦେଶ କଂଗ୍ରେସ କର୍ମୀ ଓ ନେତାମାନଙ୍କୁ ଅସନ୍ତୁଷ୍ଟ କରିଛି। ଏଥିରେ ଦିଲ୍ଲୀର ଜଣେ ମହିଳା ତାଙ୍କ ଘରକୁ ରାହୁଲଙ୍କ ନାମରେ କରି ଦେଇଛନ୍ତି। ଏହି ମହିଳା ହେଉଛନ୍ତି ରାଜକୁମାରୀ ଗୁପ୍ତା ଓ ସେ ମହିଳା କଂଗ୍ରେସ ସେବାଦଳର ଅଧ୍ୟକ୍ଷା ବୋଲି ଜଣାପଡିଛି।

ରାଜକୁମାରୀ ଗୁପ୍ତା ତାଙ୍କ ଘରକୁ ରାହୁଲଙ୍କ ନାମରେ କରିଦେଇଥିବା ନେଇ କଂଗ୍ରେସ ସେବା ଦଳର ଅଧିକାରୀକ ଟ୍ୱିଟ୍‌ରେ ପୋଷ୍ଟ କରାଯାଇଛି। ରାଜକୁମାରୀଙ୍କୁ ଏହି ଘର ଇନ୍ଦିରା ଗାନ୍ଧିଙ୍କ ସମୟରେ ମିଳିଥିଲା। ମଙ୍ଗୋଲପୁରୀ ଅଞ୍ଚଳର ଏହି ୪ ମହଲା ଘରଟିକୁ ରାଜକୁମାରୀ ରାହୁଲଙ୍କ ନାମରେ କରିଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହୁଲଙ୍କୁ ସରକାରୀ କ୍ୱାର୍ଟରରୁ କାଢି ଦେଇ ପାରନ୍ତି, ହେଲେ ‘ଲୋକଙ୍କ ହୃଦୟରୁ କାଢିପାରିବେନି’ ବୋଲି କହିଛନ୍ତି।

ରାହୁଲ ଗାନ୍ଧିଙ୍କ ସଂସଦ ସଦସ୍ୟତା ରଦ୍ଦ ହେବା ପରେ ଲୋକସଭା ହାଉସିଂ କମିଟି ତାଙ୍କୁ ସରକାରୀ କ୍ୱାର୍ଟର ଖାଲି କରିବାକୁ ଆଦେଶ ଦେଇଛନ୍ତି। ନୋଟିସ୍ ଅନୁସାରେ ରାହୁଲ ଗାନ୍ଧିଙ୍କୁ ୧୨ ତୋଗଲକ ଲେନସ୍ଥିତ ସରକାରୀ କ୍ୱାର୍ଟରକୁ ଏପ୍ରିଲ ୨୨ ସୁଦ୍ଧା ଖାଲି କରିବାକୁ ପଡିବ।

SBI AD
Leave A Reply

Your email address will not be published.