ଦକ୍ଷତା ବିକାଶ ଦ୍ୱାରା ହିଁ କ୍ଷମତାର ସଠିକ୍ ଉପଯୋଗ ହୋଇପାରିବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

ଭୁବନେଶ୍ୱର,୧୧/୪ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ ଫ୍ୟୁଚର ସ୍କିଲ୍ସ ଫରୋମ ଠାରେ ଶିଳ୍ପ ତାଲିମ ପ୍ରତିଷ୍ଠାନ (ଆଇଟିଆଇ)ରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତି ଦକ୍ଷତା ପାଠ୍ୟକ୍ରମର ଡିଜିଟାଲ୍ ସଂସ୍କରଣ ଉନ୍ମୋଚନ କରିଛନ୍ତି।

ଏଥିରେ ଉପଲବ୍ଧ ଥିବା ଡିଜିଟାଲ ପାଠକୁ ବ୍ୟବହାର କରି ଦକ୍ଷତା ପରିସଂସ୍ଥାନର ୨୫ ଲକ୍ଷ ଶିକ୍ଷାର୍ଥୀ ଚାକିରି ପାଇଁ ପ୍ରସ୍ତୁତ ହୋଇପାରିବେ। ସବୁ ସମୟରେ ଆବଶ୍ୟକତାକୁ ପୂରଣ କରିବା, ସବୁଠି ପଢିବା ଲକ୍ଷ୍ୟରେ ଏହି ମାପଦଣ୍ଡକୁ ଭାରତ ସରକାରଙ୍କ ଭାରତ ପୋର୍ଟାଲ ଏବଂ ଅନ୍ୟ ପ୍ଲାଟଫର୍ମ ମାଧ୍ୟମରେ ୨୫ ଲକ୍ଷ ଶିକ୍ଷାର୍ଥୀ ବ୍ୟବହାର କରିପାରିବେ। ଶିଳ୍ପ ସଂସ୍ଥାର ସାହାଯ୍ୟରେ ପ୍ରସ୍ତୁତ ହୋଇଥିବା ପାଠ୍ୟକ୍ରମରେ ୧୨ଟି ମଡ୍ୟୁଲ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

ଶ୍ରୀ ପ୍ରଧାନ ଦକ୍ଷତା ବୃଦ୍ଧି ଦ୍ୱାରା ରୋଜଗାର କ୍ଷମତା ବଢାଇବା, ଭାରତର ଭବିଷ୍ୟତକୁ ବଢିବା ଏବଂ ଏକବିଂଶ ଶତାବ୍ଦୀ ପାଇଁ ମାନବ ସମ୍ବଳ କିପରି ପ୍ରସ୍ତୁତ କରିବା ଉପରେ ମଧ୍ୟ ଚର୍ଚ୍ଚା ଓ ଆଲୋଚନା କରିଥିଲେ। ସେ କହିଛନ୍ତି ଆଗାମୀ ଦିନରେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି କରିବା ସମୟରେ ଭାରତ ସର୍ବବହତ ଅର୍ଥନୀତିରେ ପରିଣତ ହେବ।

 

SBI AD
Leave A Reply

Your email address will not be published.