ଭୁବନେଶ୍ୱର ୨୬/୦୩ : ରବିବାର ଦିନ ଗଞ୍ଜାମ ଜିଲ୍ଲାକୁ ଦିନିକିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସି କବିସୂର୍ଯ୍ୟନଗରରେ ପହଞ୍ଚି ଏକ ସମାବେଶରେ ଗଞ୍ଜାମକୁ ଦେଶର ଏକ ନମ୍ବର ଜିଲ୍ଲା କରିବାକୁ ଆହ୍ୱାନ ଦେଇଛନ୍ତି। ଏହାସହ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ବିନା ସୁଧରେ ୨୮୦କୋଟିର ରୁଣ ପ୍ରଦାନ କରିବା କଥା ବି ଘୋଷଣା କରିଛନ୍ତି ନବୀନ। ଘରଡିହ ପଟ୍ଟା ମଧ୍ୟ ବାଂଟିଛନ୍ତି।
କବିସୂର୍ଯ୍ୟନଗର ପରେ ହିଞ୍ଜିଳି ଏବଂ ଶେଷ କାର୍ଯ୍ୟକ୍ରମ ଛତ୍ରପୁର ରହିଛି। ମୁଖ୍ୟମନ୍ତ୍ରୀ ନବୀନ ୧୯୫୨.୮୯ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ ବୋଲି ଆମେ ଆଗରୁ ଜାଣିଥିଲେ। ସେହିପରି ୨୨ହଜାର ୨୦୦ ସ୍ବୟଂ ସହାୟିକା ଗୋଷ୍ଠୀର ୨.୨୪ ଲକ୍ଷ ମିସନ୍ ଶକ୍ତି ମହିଳାଙ୍କୁ ଋଣ ଓ ସହାୟତା ଏବଂ ୨୦ ହଜାର ହିତାଧିକାରୀଙ୍କୁ ଗ୍ରାମକଣ୍ଟକ ଘରଡିହ ପଟ୍ଟା ବଣ୍ଟନ କରିବା ବ୍ୟବସ୍ଥା ରହିଥିଲା।
