ଭୁବନେଶ୍ୱର: କାଳୀ ପୂଜା ଓ ଦୀପାବଳି ତାରିଖକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଏବେ ଦୂର ହୋଇଛି। ରାଜ୍ୟ ସରକାର ଦୀପାବଳି ପାଇଁ ଘୋଷଣା କରିବାକୁ ଥିବା ସରକାରୀ ଛୁଟିକୁ ପରିବର୍ତ୍ତନ କରିଛନ୍ତି।
ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ସଭା ପକ୍ଷରୁ ଦୀପାବଳି ପାଇଁ ଅକ୍ଟୋବର ୨୦ ତାରିଖକୁ ଗ୍ରହଣ କରାଯିବା ପରେ ରାଜ୍ୟ ସରକାର ମଧ୍ୟ ଏହି ତାରିଖକୁ ଅନୁମୋଦନ କରିଛନ୍ତି। ଫଳରେ, ପୂର୍ବରୁ ଧାର୍ଯ୍ୟ ଥିବା ମଙ୍ଗଳବାର ଦିନର ଛୁଟି ବଦଳରେ ବର୍ତ୍ତମାନ ସୋମବାରକୁ ଛୁଟି ଦିବସ ଭାବେ ଘୋଷଣା କରାଯାଇଛି।
ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଖୁବ୍ ଶୀଘ୍ର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ।