ମନ୍ଦିର ଆସୁଥିବା ଭକ୍ତମାନଙ୍କୁ ଆଶୀର୍ବାଦ ଦେଉଛି କୁକୁର, ଭାଇରାଲ ହେଉଛି ଭିଡିଓ

ମହାରାଷ୍ଟ୍ର : ସମସ୍ତେ କୁକୁରକୁ ଭଲ ପାଆନ୍ତି, କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଏବଂ ଫୋଟୋ ଭାଇରାଲ ହେବାରେ ଲାଗିଛି, ଯାହା ଆପଣଙ୍କୁ ଅଧିକ ଭାବପ୍ରବଣ କରିବ ।

ମହାରାଷ୍ଟ୍ରର ଅହମ୍ମଦନଗରର ସିଦ୍ଧତେକ ମନ୍ଦିର ସମ୍ମୁଖରେ ବସିଥିବା ଏକ କୁକୁର ମନ୍ଦିରକୁ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନଙ୍କୁ ଆଶୀର୍ବାଦ ଅର୍ପଣ କରୁଛି। ଏଠାରେ ଥିବା ମନ୍ଦିରକୁ ଆସୁଥିବା ଲୋକମାନେ ମଧ୍ୟ ଏହି କୁକୁର ଆଗରେ ନତମସ୍ତକ ହୋଇ ଆଶୀର୍ବାଦ ମାଗୁଛନ୍ତି।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ଏହାକୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି । ଅରୁଣ ଲିମାଡିଆ ନାମକ ଜଣେ ବ୍ୟକ୍ତି ଏହି ଭିଡିଓ ପ୍ରସ୍ତୁତ କରି ଫେସବୁକରେ ପୋଷ୍ଟ କରିଛନ୍ତି। ଏହା ପରେ ଏହି ଭିଡିଓ ସାରା ଦେଶରେ ଭାଇରାଲ ହୋଇଛି।

ମନ୍ଦିରର ପାହାଚ ନିକଟରେ ବସି ଏହି ସୁନ୍ଦର କୁକୁର ମନ୍ଦିରକୁ ଆସୁଥିବା ଏବଂ ଯାଉଥିବା ଲୋକଙ୍କୁ ଦେଖୁଥାଏ । ଲୋକମାନେ ଅତି ଆରାମରେ ବସିଥିବା ଏହି କୁକୁର ସାମ୍ନାରେ ନତମସ୍ତକ ହୁଅନ୍ତି | ଏହା ପରେ କୁକୁରଟି ମଧ୍ୟ ନିଜର ଗୋଟିଏ ପାଦକୁ ଲୋକଙ୍କ ମୁଣ୍ଡରେ ରଖି ସାଧୁ ମହାତ୍ମାଙ୍କ ପରି ଆଶୀର୍ବାଦ ଦେଇଥାଏ । ଏହା ସହିତ କୁକୁରଟି ଲୋକଙ୍କ ସହ ହାତ ମଧ୍ୟ ମିଳିଥାଏ ।

Comments are closed.