ବେଙ୍ଗାଲୁରୁରେ ରହୁଥିବା ସତିଶ ଏସ୍ଙ୍କ କୁକୁର ଏହି କାରନାମା କରି ଦେଖାଇଛି। କୁକୁରର ନାଁ ଇଭା। ସେ ଗୋଟେ ନୁହେଁ କି ଦୁଇଟି ଦୁହେଁ ଏକାବେଳେ ୨୧ଟି ଛୁଆ ଜନ୍ମ ଦେଇ ଏହି ରେକର୍ଡ କରିଛି। ସତିଶ American Pitbull Terrier ପ୍ରଜାତିର ଇଭା ସମେତ ଦୁଇଟି କୁକୁର ଅଷ୍ଟ୍ରେଲିଆରୁ କିଣି ଥିଲେ। ଇଭା ପାଇଁ ତାଙ୍କୁ ୧୦ ଲକ୍ଷ ୫୦ ହଜାର ଦେବାକୁ ପଡିଥିବା ବେଳେ ଅନ୍ୟ କୁକୁରଟି ପାଇଁ ୨୫ ଲକ୍ଷର ମୋଟା ଅଙ୍କ ଖର୍ଚ୍ଚ କରିବାକୁ ପଡ଼ିଥିଲା।
ତେବେ ସବୁଠାରୁ ମଜା କଥା ହେଉଛି ଛୁଆ ଜନ୍ମପରେ ସତୀଶ ଙ୍କ ପାଖକୁ ଲୋକଙ୍କ ଲମ୍ବା ଲାଇନ ଲାଗିଛି ,ଅନ୍ୟ କେଉଁ କାରଣ ନୁହେଁ ବରଂ ନବ ଜନ୍ମିତ କୁକୁର ଛୁଆ କିଣିବାକୁ । ଏହି ନବ ଜନ୍ମିତ କୁକୁର ଛୁଆଙ୍କ ମୂଲ୍ୟ ୧ ଲକ୍ଷ ୫୦ ହଜାର ରଖ ଯାଇଥିବା ସୁନା ଯାଉଛି ।ତେବେ ଏହା ଏକ ପ୍ରକାର ଲଟେରୀ ପରି ହୋଇଛି ସତିଶଙ୍କ ପାଇଁ ,କାରଣ ଏକା ସାଙ୍ଗରେ ୨୧ ଟି ଛୁଆ ଜନ୍ମକରି ଇଭା ରେକର୍ଡ ସୃଷ୍ଟି କରିବା ସହିତ ସବୁ କୁକୁର ଛୁଆଙ୍କ ମୂଲ୍ୟ ପ୍ରାୟ ୩୦ଲକ୍ଷ ରୁ ଅଧିକ ହେବ ।
Prev Post
Next Post