ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ନ୍ୟୁୟର୍କର ମାନହଟ୍ଟନ କୋର୍ଟରେ କଡା ନିରାପତ୍ତା ମଧ୍ୟରେ ଆତ୍ମସମର୍ପଣ କରିଛନ୍ତି। ୨୦୧୬ରେ ଏକ କ୍ୟାମ୍ପେନିଂ ବେଳେ ପର୍ଣ୍ଣଷ୍ଟାର ଷ୍ଟୋର୍ମି ଡାନିଏଲଙ୍କୁ ଅର୍ଥ ଦେବା ମାମଲା ତାଙ୍କ ନାମରେ ଥିଲା। ଏହି ମାମଲାରେ ପୁଲିସ ଗିରଫ କରିବା ପୂର୍ବରୁ ସେ କୋର୍ଟରେ ଆତ୍ମସମର୍ପଣ କରିଥିବା ଆମେରିକାର ଗଣମାଧ୍ୟମ ସୂତ୍ରରୁ ଜଣାପଡିଛି।
ରିପବ୍ଲିକାନ ପାର୍ଟିର ସେ ଜଣେ ଆଗଧାଡ଼ିର ସଦସ୍ୟ ଥିଲେ। ବିଚାରର ସମ୍ମୁଖୀନ ହେଉଥିବା ଅନ୍ୟମାନଙ୍କ ଭଳି ବିଚାର ପ୍ରକ୍ରିୟା ଆଧାରରେ ତାଙ୍କ ମାମଲାର ବି ନିୟମ ଅନୁଯାୟୀ ବିଚାରଣା କରାଯିବ। ଆତ୍ମସମର୍ପଣ ପରେ ସେଠାକାର ପୁଲିସ ତାଙ୍କୁ ହେପାଜତକୁ ନେଇଛି। ଆମେରିକା ଇତିହାସରେ ଏହା ଏକ ଅନନ୍ୟ ଘଟଣା ବୋଲି କୁହାଯାଉଛି।
