ଟୋକିଓ : ଜାପାନରେ ଭୂକମ୍ପର ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.୧ ରେକର୍ଡ କରାଯାଇଛି। ଏନସିଏସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଭୂକମ୍ପର କେନ୍ଦ୍ରସ୍ଥଳ ହୋକ୍କାଇଡୋ ବୋଲି ଜଣାପଡିଛି। ୨ଟା୪୮ରେ ଭୂକମ୍ପ ଝଟକା ଅନୁଭବ ହୋଇଥିବା ବେଳେ ଏଥିରେ ଏଯାଏଁ ଧନଜୀବନ କ୍ଷୟକ୍ଷତି ହୋଇଥିବା ନେଇ କୌଣସି ସୂଚନା ମିଳି ନାହିଁ।
