ଜାଣନ୍ତୁ ଭୋଜନ ସହ ଜଡ଼ିତ କିଛି ନିୟମ, ପ୍ରାପ୍ତି ହେବ ଉତ୍ତମ ସ୍ୱାସ୍ଥ୍ୟ

ପ୍ରକୃତି ମନୁଷ୍ୟକୁ ନିଜର ଜୀବନ ଧାରଣ ପାଇଁ ଭୋଜନକୁ ଏକ ଉପହାର ରୂପରେ ଦେଇଛି। ମାତ୍ର ଖାଦ୍ୟଦ୍ରବ୍ୟ ପ୍ରତି ଓ ଭୋଜନ ପାଇଁ କେତେକ ବାସ୍ତୁ ଟିପ୍ସ ରହିଛି । ଜାଣନ୍ତୁ ……..

– ସର୍ବଦା ଭୋଜନ କରିବା ପୂର୍ବରୁ ଅନ୍ନ ଦେବତା ଓ ମାତା ଲକ୍ଷ୍ମୀଙ୍କୁ ଧନ୍ୟବାଦ ଜଣାନ୍ତୁ। ଖାଦ୍ୟକୁ ଆବଶ୍ୟକ ପରିମାଣରେ ହିଁ ନିଅନ୍ତୁ। ଏହାକୁ ଫିଙ୍ଗନ୍ତୁ ନାହିଁ।

– ପୂର୍ବ ଦିଗକୁ ମୁଖ କରି ଭୋଜନ କରନ୍ତୁ। ଏପରି କରିବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତି ହୋଇଥାଏ ଓ ଅନ୍ନର ଅଭାବ ହୋଇନଥାଏ। ଆୟୁ ବୃଦ୍ଧି ହୋଇଥାଏ।

– ସର୍ବଦା ଭୋଜନ କରିବା ପୂର୍ବରୁ ହାତ, ଗୋଡ଼ ଓ ମୁହଁକୁ ଭଲ ଭାବେ ଧୁଅନ୍ତୁ।

– ସର୍ବଦା ଭୂମିରେ ଏକ ଆସନ ପକାଇ ସେଥିରେ ବସି ଭୋଜନ କରନ୍ତୁ।

-ଖଟ ଉପରେ ବସି ଭୋଜନ କରିବେ ନାହିଁ। ଏପରି କରିବା ଦ୍ୱାରା ଗୃହରେ ଅଶାନ୍ତି ସୃଷ୍ଟି ହୋଇଥାଏ।

-ଭୋଜନ ପ୍ରସ୍ତୁତି ସମୟରେ ମନକୁ ଶାନ୍ତ ରଖନ୍ତୁ। ପରିବାର ସଦସ୍ୟଙ୍କ ଉତମ ସ୍ୱାସ୍ଥ୍ୟ କାମନା କରନ୍ତୁ।