ଇଡି ହାତରେ ଲାଗିଲା ଅର୍ଚ୍ଚନା ନାଗର ଡାଏରୀ

0

ଭୁବନେଶ୍ୱର: ଇଡି ହାତରେ ଲାଗିଲା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଡାଏରୀ । ଖଣ୍ଡଗିରି ଥାନାରୁ ଅର୍ଚ୍ଚନାଙ୍କ ୨ଟି ଡାଏରୀ ସଂଗ୍ରହ କରିଛି ଇଡି । ଆଜି ଖଣ୍ଡଗିରି ଥାନାକୁ ଯାଇ ଡାଏରୀ ସଂଗ୍ରହ କରିଥିଲେ ଇଡି ଅଧିକାରୀ । ଡାଏରୀ ମିଳିବା ପରେ ଏବେ ହନିଟ୍ରାପ୍ କଳାସାମ୍ରାଜ୍ୟ ଗୁମର ଖୋଲିବ ବୋଲି ଆଶା କରାଯାଉଛି । ଡାଏରୀରେ ବହୁ ବଡ଼ବଡ଼ିଆଙ୍କ ନାଁ ଥିବା ପୂର୍ବରୁ ଚର୍ଚ୍ଚା ହେଉଥିଲା । ପୂର୍ବରୁ ଅର୍ଚ୍ଚନାଙ୍କ ଘର ରେଡ୍ କରି ଡାଏରୀ ଜବତ କରିଥିଲା ପୋଲିସ ।

ଅନ୍ୟପଟେ ଅର୍ଚ୍ଚନା ନାଗ ମାମଲାରେ ରାଜ୍ୟ ଫରେନସିକ୍ ଲ୍ୟାବରୁ ଖାଲି ହାତରେ ଫେରିଛନ୍ତି ଇଡି ଅଧିକାରୀ । ଅଧିକ ତଥ୍ୟ ସଂଗ୍ରହ କରିବାକୁ ରାଜ୍ୟ ଫରେନସିକ୍ ଲ୍ୟାବକୁ ଯାଇଥିଲା ଇଡି ଟିମ୍ । ହେଲେ ଏସଏଫଏସଏଲରୁ ଖାଲି ହାତରେ ଫେରିଛନ୍ତ ଇଡି ଅଧିକାରୀ । ଫରେନସିକ୍ ଲ୍ୟାବ ରିପୋର୍ଟ ଦେବାର ବିଳମ୍ବ କରୁଥିବାରୁ ତଦନ୍ତରେ ବାଧା ସୃଷ୍ଟି ହେଉଥିବା କୁହାଯାଉଛି ।

SBI AD
Leave A Reply

Your email address will not be published.