ସଟଲ୍ ଟ୍ରେନ୍ ଉପରେ ହୋଇଥିବା ବୋମା ଆକ୍ରମଣ : ୧୭ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଏନକାଉଣ୍ଟର

ନୂଆଦିଲ୍ଲୀ, ୦୩/୦୬ : ପାକିସ୍ତାନର ଅଶାନ୍ତ ବେଲୁଚିସ୍ତାନ ପ୍ରଦେଶର କ୍ୱେଟା ସହରରେ ଗତ ସପ୍ତାହରେ ଏକ ସଟଲ୍ ଟ୍ରେନ୍ ଉପରେ ହୋଇଥିବା ବୋମା ଆକ୍ରମଣରେ ଜଡିତ ୧୭ ଜଣ ଆତଙ୍କବାଦୀଙ୍କୁ ପାକିସ୍ତାନୀ ସୁରକ୍ଷା ବାହିନୀ ଏନକାଉଣ୍ଟର କରିଛନ୍ତି। ମେ’ ୨୪ ତାରିଖରେ କ୍ୱେଟାର ଏକ ଷ୍ଟେସନ ନିକଟରେ ଏକ ସଟଲ୍ ଟ୍ରେନ ଉପରେ ହୋଇଥିବା ସନ୍ଦିଗ୍ଧ ଆତ୍ମଘାତୀ ଆକ୍ରମଣରେ ୩ ଜଣ ସୁରକ୍ଷା କର୍ମୀଙ୍କ ସମେତ ୧୬ ଜଣ ପ୍ରାଣ ହରାଇଥିଲେ ଏବଂ ଅନେକ ଆହତ ହୋଇଥିଲେ। ପାକିସ୍ତାନ ସେନାର ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ଆଇଏସ୍‌ପିଆର୍‌) ଅନୁଯାୟୀ, ଏହି ଘଟଣା ପରେ, ସୁରକ୍ଷା ବାହିନୀ ବେଲୁଚିସ୍ତାନର ବିଭିନ୍ନ ଜିଲ୍ଲାରେ ଅନେକ ଗୁପ୍ତଚର ଆଧାରିତ ଅପରେସନ୍ (ଆଇବିଓ) କରିଥିଲେ, ଯେଉଁଥିରେ ୧୭ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।