କୋରାପୁଟ,୧୦/୬ : କୋରାପୁଟ ଜିଲା ଲମତାପୁଟ ବ୍ଲକ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ୮ ହଜାର ଟଙ୍କା ଲାଞ୍ଚ ନେବାବେଳେ ସହକାରୀ ଯନ୍ତ୍ରୀଙ୍କୁ ଧରିଛି ଭିଜିଲାନ୍ସ। ମନରେଗା ଅର୍ଥ ରିଲିଜ୍ ପାଇଁ ସରକାରୀ କ୍ଵାର୍ଟର୍ସରେ ଲାଞ୍ଚ ନେଉଥିଲେ ସୁଚିସ୍ମିତା। ଏହି ସମୟରେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଚଢାଉ କରି ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜାଙ୍କୁ ଧରିବା ସହ ଲାଞ୍ଚ ଟଙ୍କା ଜବତ କରିଛି । ଏହାସହ ସହକାରୀ ଯନ୍ତ୍ରୀଙ୍କ ୩ଟି ଠିକଣାରେ ଭିିଜିଲାନ୍ସ ଟିମ୍ ଚଢାଉ କରିଛି।
