ପ୍ରଧାନମନ୍ତ୍ରୀଙ୍କ ବ୍ୟବହାର ମହାନ ରାଜନେତାଙ୍କ ପରି ଅଟେ : ଗୁଲାମ ନବୀ ଆଜାଦ

0

ନୂଆଦିଲ୍ଲୀ,୪/୪ : ଗୁଲାମ ନବୀ ଆଜାଦ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି । କଂଗ୍ରେସରୁ ଅଲଗା ହୋଇ ନିଜର ନୂଆ ଦଳ ଗଠନ କରିଥିବା ଏବଂ ୫୦ ବର୍ଷରୁ ଅଧିକ ସମୟ କଂଗ୍ରେସ ରହିଥିବା ଗୁଲାମ ନବୀ ଆଜାଦ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟବହାର ମହାନ ରାଜନେତାଙ୍କ ପରି ଅଟେ ।

ଏକ ସାକ୍ଷତକାରରେ ସେ କହିଛନ୍ତି, ‘ମୁଁ ମୋଦୀଙ୍କୁ ଶ୍ରେୟ ଦେବାକୁ ଚାହିଁବି । ମୁଁ ତାଙ୍କ ସହ ଯାହା ବି କରିଛି, କିନ୍ତୁ ସେ ସଦଭାବପୂର୍ଣ୍ଣ ରହିଥିଲେ । ବିରୋଧୀ ନେତା ଭାବେ ସିଏଏ, ହିଜାବ ବିବାଦ ଏବଂ ଧାରା ୩୭୦ ଉଚ୍ଛେଦ ପରି ପ୍ରସଙ୍ଗରେ ମୁଁ ତାଙ୍କୁ କଡ଼ା ସମାଲୋଚନା କରିଛି । କିନ୍ତୁ ପିଏମ୍ ମୋଦୀ କେବେ ବି ପ୍ରତିଶୋଧ ଭାବନାରେ କୌଣସି କାମ କରି ନାହାନ୍ତି । ସବୁବେଳେ ସେ ଜଣେ ରାଜନେତା ଭାବେ ବ୍ୟବହାର କରିଛନ୍ତି’ ।

ଗୁଲାମ ନବୀ ଆଜାଦ କଂଗ୍ରେସର ଅସନ୍ତୁଷ୍ଟ ଜି-୨୩ ନେତା ବିଜେପିର ମୁଖା ହୋଇଥିବା ଅଭିଯୋଗ ଉପରେ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଏହା ଆଧାରହୀନ କଥା । ଯଦି ଜି-୨୩ ବିଜେପିର ମୁଖପାତ୍ର ପରି କାମ କରୁଛି ତେବେ କଂଗ୍ରେସ କଣ ସେମାନଙ୍କୁ ସାଂସଦ କରିଥାନ୍ତା ? କାହିଁକି ସେମାନଙ୍କୁ ସାଂସଦ, ମହାସଚିବ ଏବଂ ଅନ୍ୟ ପଦରେ ନିଯୁକ୍ତି ଦେଇ ରଖିଛି । ମୁଁ ଏକମାତ୍ର, ଯିଏ ଅଲଗା ହୋଇ ଦଳ ଗଠନ କରିଛି । ଅନ୍ୟମାନେ ଆଜି ମଧ୍ୟ କଂଗ୍ରେସରେ ଅଛନ୍ତି । ଏହାସହ ବିଜେପି ନିକଟତର ହେଉଥିବା ଖବରକୁ ମଧ୍ୟ ଗୁଲାମନବୀ ଆଜାଦ ଖଣ୍ଡନ କରିଛନ୍ତି ।

SBI AD
Leave A Reply

Your email address will not be published.