ଭୁବନେଶ୍ୱର, ୨୦/୦୫ : କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ଜିରିଡିକିଆ ପଂଚାୟତ ଗସାଗୁଡା ଗାଁରେ ହତ୍ୟାକାଣ୍ଡ ଘଟିଛି । ପୁଅକୁ ପଥରରେ ଛେଚି ହତ୍ୟା କଲା ବାପା । ମୃତକ ଅଭିଯୁକ୍ତର ପ୍ରଥମ ସ୍ତ୍ରୀର ପୁଅ । ଅଭିଯୁକ୍ତ ବଳରାମ ପ୍ରଧାନଙ୍କୁ ଗିରଫ କରିଛି ପୋଲିସ । ବଳରାମ ପ୍ରଥମ ସ୍ତ୍ରୀକୁ ଛାଡି ଦ୍ବିତୀୟ ସ୍ତ୍ରୀ ସହ ରହୁଥିଲେ । କିନ୍ତୁ ପ୍ରଥମ ସ୍ତ୍ରୀର ପୁଅ ବଳରାମଙ୍କ ପାଖରେ ରହୁଥିଲା । ଗତକାଲି କୌଣସି କାରଣରୁ ପୁଅକୁ ପଥରରେ ଛେଚି ହତ୍ୟା କରିଛି ବାପା ।