ପିତୃତ୍ୱ ଦିବସ

0

ବାପା ମା ଏହି ଦୁଇଟି ଶଦ୍ଦ ଜୀବନରେ କେତେ ମହତ୍ୱପୂର୍ଣ୍ଣ । ନିଜ ଛୁଆକୁ କେବେ କୌଣସି ପରିସ୍ଥିତିରେ ଅବହେଳା କରନ୍ତି ନାହିଁ । ମା ଜନ୍ମ ଦେଇଥାଏ । ହେଲେ ବାପା ଆମ ଜୀବନ ମାଇଲ ଖୁଂଟ ସାଜିଥାନ୍ତି । ଭାରତୀୟ ସଂସ୍କୃତିରେ ମା’ ବାପାଙ୍କ ସ୍ଥାନ ସବୁଠୁ ଉଚ୍ଚରେ ରହିଆସିଛି । ସବୁ ପିଲାମାନେ ଜନ୍ମ ଠାରୁ ଆରମ୍ଭ କରି ଭଲ ମଣିଷଟିଏ ହେବା ପର୍ଯ୍ୟନ୍ତ ମା ବାପା ଯେଉଁ ସବୁ କଠିନ ପରିସ୍ଥିତି ଦେଇ ଗତି କରିଥାନ୍ତି ତାହା କେହି ଅନୁମାନ କରିପାରିବେ ନାହିଁ । ସର୍ବଦା ଭୁଲ କାମ ହେଉ ,ସାଙ୍ଗ ମାନଙ୍କ ସହ ଅଧିକା ସମୟ ବାହାରେ ବୁଲିବା ହେଉ, କିମ୍ବା ଟିଭି ଦେଖୁଥିବା ବେଳେ ବାପାଙ୍କ ଗାଳି ଆମ ସମସ୍ତଙ୍କୁ ବିରକ୍ତ କରାଇଥାଏ । ହେଲେ ଯେତେବେଳେ ଧୀରେ ଧୀରେ ଆମେ ବଡ ହେଉ ବୁଝିପାରୁ ଯେ ବାପାଙ୍କ ସେହି ଗାଳି ପଛରେ କେତେ ଭଲ ଉଦ୍ଦେଶ୍ୟ ଆଉ ଭଲପାଇବା ଥିଲା ।

ଛୋଟ ବେଳୁ ନିଜ ପିଲାକୁ ବାପା ଆକଟ କରି ବୁଝାନ୍ତି ଯେ ଭଲ ମଣିଷଟିଏ ହେବାକୁ । ସବୁବେଳେ ସେ ଆମକୁ ଖୁସିଦେବାକୁ ଯାଇ ନିଜ ହସ ଖୁସିର ଜଳାଞ୍ଜଳି ଦେଇଥାନ୍ତି । ବାପା କେତେବେଳେ ମା ପରି ଆମର ସବୁ ଅଳିକୁ ପୂରଣ କରିନ୍ତି ତ ଆଉ କେତେବେଳେ ଶିକ୍ଷକଙ୍କ ଭଳି ଆମକୁ ପାଠ ପଢାଇବା ସହ ଅନେକ କ୍ଷେତ୍ରରେ ଆକଟ କରିଥାନ୍ତି । ଆମକୁ ଯେତେବେଳେ ଯାହା ଆବଶ୍ୟକ ବାପା ଆମକୁ ଯୋଗାଇ ଦେଇଥାନ୍ତି । ତାଙ୍କ ଗାଳିରେ ବି ସ୍ନେହ ଲୁଚି ରହିଥାଏ । ହେଲେ କେତେକ ସ୍ଥାନରେ ପିଲାଟି ବଡ ହୋଇଗଲେ ପରେ ବାପା ମା’ଙ୍କୁ ଭୁଲି ଯାଏ । ସେହି ପିଲା ସେ ଦିନର କଥାକୁ ଭୁଲି ଯାଏ । ଆଉ ବୃଦ୍ଧ ବୟସରେ ବାପ ମା’ ତାକୁ ବୋଝ ଭଳି ଲାଗନ୍ତି । ସେଥିପାଇଁ ସେମାନଙ୍କୁ ନେଇ ବୃଦ୍ଧାଶ୍ରମରେ ଛାଡି ଦିଅନ୍ତି ।…
ହେଲେ ଭୁଲି ଯାହାନ୍ତି ସେହି ପିଲା ଦିନର କଥାକୁ । ଯେତେବେଳେ ଭୂମିରେ ପାଦ ରଖିବାକୁ ସେମାନଙ୍କର ସାହାରା ନେଇଥାନ୍ତି ବାପା ମା’ଙ୍କର । ଆଜି ଆମ ସାହାରା ସେମାନଙ୍କୁ ଆବଶ୍ୟକ ହେଉଥିବା ବେଳେ ଆମେ କିନ୍ତୁ ନିଜ ଖୁସିକୁ ଅଧିକ ଗୁରୁତ୍ୱ ଦେଇ ସେମାନଙ୍କୁ ପର କରିଦେଉ ।

Leave A Reply

Your email address will not be published.