ନନ୍ଦନକାନନ ବଟାନିକାଲ ଗାର୍ଡେନରେ ଅଗ୍ନିକାଣ୍ଡ, ପ୍ରାୟ ୨ ଏକର ଜଙ୍ଗଲରେ ନିଆଁ

ଭୁବନେଶ୍ବର,୧୪ /୨: ନନ୍ଦନକାନନ ବଟାନିକାଲ ଗାର୍ଡେନ ପରିସରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ପ୍ରାୟ ୨ ଏକର ଜମିରେ ନିଆଁ ଲାଗିଥିବାବେଳେ ନିଆଁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀ ପ୍ରୟାସ ଜାରି ରଖିଛନ୍ତି।ପ୍ରତ୍ୟକ୍ଷଦର୍ଶିଙ୍କ କହିବା ଅନୁଯାୟୀ ଆଜି ରବିବାର ଛୁଟି ଦିନ ଥିବାରୁ କିଛି ପର୍ଯ୍ୟଟକ ନନ୍ଦନକାନନ ବଟାନିକାଲ୍‌ ଗାର୍ଡେନ୍‌କୁ ବଣ ଭୋଜି ପାଇଁ ଆସିଥିଲେ। ସେମାନେ ରାନ୍ଧୁଥିବା ଚୁଲିରୁ ନିଆଁ ଉଡ଼ିଯାଇ ବଟାନିକାଲ୍‌ ଗାର୍ଡେନ୍‌ର ବିଭିନ୍ନ ସ୍ଥାନରେ ପଡ଼ିଥିଲା। ପରବର୍ତ୍ତି ସମୟରେ ସେହି ନିଆଁ ବଟାନିକାଲ୍‌ ଗାର୍ଡେନ୍‌ରେ ଲାଗି ଯାଇଥିଲା ଏବଂ ଭୟାବହ ଅଗ୍ନିକାଣ୍ଡ ସୃଷ୍ଟି ହୋଇଥିଲା।

ଅଗ୍ନିକାଣ୍ଡ ସଂପର୍କରେ ଏସିଏଫ୍ ବନମାଳୀ ସାହୁ କହିଛନ୍ତି ଯେ ଚନ୍ଦକା-ପିତାପଲ୍ଲି ମୁଖ୍ୟ ରାସ୍ତା ପାର୍ଶ୍ବରେ କେହି ଦୁବୃତ୍ତ ନିଆଁ ଲଗାଇ ଦେଇଛି ବୋଲି ଅନୁମାନ କରାଯାଉଛି। ପ୍ରାୟ ୪ ହେକ୍ଜର ଙ୍ଗଲରେ ନିଆଁ ଲାଗିଛି। ତେବେ ଏଥିରେ କୌଣସି ମୂଲ୍ୟବାନ ଗଛ ନଷ୍ଟ ହୋଇନାହିଁ, କେବଳ ପୋକସୁଙ୍ଗା,ବାଉଁଶ ଗଛ ପୋଡ଼ି ଛାରଖାର ହୋଇଯାଇଛି।