ନୂଆଦିଲ୍ଲୀ, ୨୦/୫: ଦେଶରେ ମେ’ ୨୫ ତାରିଖରୁ ଆରମ୍ଭ ହେବ ଘରୋଇ ବିମାନ ସେବା । ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଟୁଇଟରେ ସୂଚନା ଦେଇଛନ୍ତି।
କରୋନା ସଂକ୍ରମଣ ରୋକିବା ପାଇଁ ଦେଶରେ ଲକ୍ ଡାଉନ୍ ଘୋଷଣା ହେବାପରେ ମାର୍ଚ୍ଚ ୨୪ରୁ ବିମାନ ସେବା ବାତିଲ କରାଯାଇଥିଲା। ତେବେ ପୁଣି ଥରେ ମେ’ ୨୫ରୁ ବିମାନ ସେବା ଆରମ୍ଭ କରିବାକୁ ନିଷ୍ପତି ହୋଇଛି। କିନ୍ତୁ ଏହି ବିମାନ ସେବା ସମୟରେ ସମସ୍ତ ପ୍ରକାର ନିୟମ ମାନିବାକୁ ପଡିବ । ସାମାଜିକ ଦୂରତା ଓ ମାସ୍କ ଏବଂ ଥର୍ମାଲ ସ୍କାନିଂ ଆଦି କରାଯିବ । ଏନେଇ ସବୁ ବିମାନ ବନ୍ଦର ଓ ବିମାନ କମ୍ପାନୀକୁ ଜଣାଇ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଦେଶର କିଛି ସ୍ଥାନରେ ବିମାନ ଚଳାଚଳ କରିବାକୁ ଥିବା ବେଳେ ଅନ୍ୟ ସ୍ଥାନକୁ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ଚଳାଚଳ କରିବ ।