କରୋନା ଟିକା ନେବା ପରେ କଣ ଖାଇବା ଉଚିତ ଓ ଅନୁଚିତ, ଜାଣନ୍ତୁ…

ଭୁବନେଶ୍ୱର,୩/୫ : କରୋନା ଟିକା ନେବା ପୂର୍ବରୁ ଓ ପରେ କେଉଁ ଖାଦ୍ୟ ଖାଇବା ଉଚିତ ଓ ଅନୁଚିତ ତାହା ଜାଣିବା ନିତ୍ୟାନ୍ତ ଆବଶ୍ୟକ। କରୋନା ଟିକା ନେବାର କିଛି ଦିନ ପୂର୍ବରୁ ଓ ପରେ ମଦ୍ୟପାନ କରନ୍ତୁ ନାହିଁ। ଏହା କ୍ଷତିକାରକ ହୋଇଥାଏ।ଟିକା ନେବା ପରେ କିଛି ବ୍ୟକ୍ତିଙ୍କୁ ପାଶ୍ୱର୍ ପ୍ରଭାବ ଦେଖାଦେଇଥାଏ। ଯେପରି ଜ୍ୱର ହେବା, ମୁଣ୍ଡ ବିନ୍ଧା, ଦେହ ହାତ ବ୍ୟଥା ଭଳି ପ୍ରଭାବ ଦେଖାଦେଇଥାଏ। ଟିକା ନେବାର ଦିନକ ପୁର୍ବରୁ ଶରୀରକୁ ସମ୍ପୂର୍ଣ୍ଣ ବିଶ୍ରାମ ଦିଅନ୍ତୁ। ରାତିରେ ଉତ୍ତମ ନିଦ୍ରାରେ ଶୁଅନ୍ତୁ। ସଠିକ ମାତ୍ରାରେ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଆନ୍ତୁ। ଟିକା ନେବାର ଦିନକ ପୂର୍ବରୁ ସୁପ, ସାଲଡ ଖାଇବାକୁ ନିଶ୍ଚୟ ଚେଷ୍ଟା କରନ୍ତୁ। ବିଭିନ୍ନ ପ୍ରକାର ପନିପରିବା ମଧ୍ୟ ଖାଇପାରିବେ। ଫଳର ମଧ୍ୟ ସେବନ କରିପାରିବେ। ମାତ୍ର ଯେକୌଣସି ଖାଦ୍ୟ ଖାଇବାର ତୁରନ୍ତ ପରେ ଶୁଅନ୍ତୁ ନାହିଁ। ଶୋଇବାର ୧ କିମ୍ବା ୨ ଘଣ୍ଟା ପୂର୍ବରୁ ଖାଦ୍ୟ ଖାଆନ୍ତୁ । ପ୍ରଚୁର ପରିମାଣରେ ପାଣି ନିଶ୍ଚୟ ପିଅନ୍ତୁ। ଟିକା ନେବା ପୂର୍ବରୁ ଶରୀରରେ ପାଣିର ଆଦୌ ଅଭାବ ହେବା ଉଚିତ ନୁହେଁ। କାକୁଡି ଖାଇବା ସହ ଲେମ୍ବୁପାଣି ପିଇବା ମଧ୍ୟ ଉତ୍ତମ। କିଛି ଲୋକଙ୍କୁ ଅଧିକ ହାଲିଆ ଅନୁଭବ ହୋଇଥାଏ। ତେଣୁ ସେମାନଙ୍କୁ ଟିକା ନେବା ପୂର୍ବରୁ ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ।

ଟିକା ନେବା ପୂର୍ବରୁ ବିଭିନ୍ନ ପ୍ରକାର ସାଲାଡ, ଆମଲେଟ ମଧ୍ୟ ଖାଇପାରିବେ। ଟିକା ନେବା ପୂର୍ବରୁ ବ୍ୟସ୍ତ ଲାଗିବା ଭଳି ଅନୁଭବ ହେବା ସହ ଯଦି କୌଣସି କାର୍ଯ୍ୟ କରିବାକୁ ଆଗ୍ରହ ନ ହୁଏ , ତେବେ ଆପଣ କଦଳୀ, ଦହି ସରବତ ମଧ୍ୟ ସେବନ କରିପାରିବେ। ଟିକା ନେବା ପରେ ସହଜରେ ହଜମ ହେଉଥିବା ଜିନିଷର ସେବନ କରିବା ଉଚିତ। କିଛି ଲୋକଙ୍କୁ ଟିକା ନେବା ପରେ ବ୍ୟସ୍ତ ଭଳି ଅନୁଭବ ହେବା ସହ ବାନ୍ତି ଲାଗିଥାଏା ତେଣୁ ଟିକା ନେବା ପରେ ପଇଡ ପାଣି, ସୁପ, ତରଭୂଜ, ମାଟିଆ ଚାଉଳ, କଦଳୀ , ଆଳୁର ମଧ୍ୟ ସେବନ କରିପାରିବେ। ମାତ୍ର ଟିକା ନେବା ପରେ ସଙ୍ଗେ ସଙ୍ଗେ ଛଣାଛଣି, ମାଂସ ,ମିଠା ଆଦି ଖାଇବା ଅନୁଚିତ।

Comments are closed.