ଭୁବନେଶ୍ୱର, ୧୭/୦୨ : ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କର ଆଜି ଅନ୍ତିମ ସଂସ୍କାର କରାଯିବ । ୭୯ ବର୍ଷ ବୟସରେ ଗତ ରାତିରେ ତାଙ୍କର ପରଲୋକ ହୋଇଛି । ସେ ସ୍ନାୟୁଜନିତ ରୋଗରେ ପୀଡ଼ିତ ଥିଲେ । ସମ୍ବଲପୁର ଶାନ୍ତିନଗର ସ୍ଥିତ ଘରେ ଚାଲିଥିଲା ଚିକିତ୍ସା । ତାଙ୍କ ପରଲୋକରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟପାଳ ହରିବାବୁ କମ୍ଭମପତି , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ । ମୃତ୍ୟୁ ପରେ ରାସ୍ୱେଶ୍ୱରୀ ପାଣିଗ୍ରାହୀଙ୍କ ଚକ୍ଷୁଦାନ କରାଯାଇଛି । ଡାକ୍ତରୀ ଦଳ ଆସି ତାଙ୍କ ଆଖି ସଂଗ୍ରହ କରି ନେଇଛନ୍ତି ।