ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ୫୦୦ ଟଙ୍କାରେ LPG ସିଲିଣ୍ଡର

0

ଜୟପୁର,୧୯/୧୨ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟବାସୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ଉଜ୍ଜଳା ଏବଂ ବିପିଏଲ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଏପ୍ରିଲ ୧ରୁ ୫୦୦ ଟଙ୍କାରେ ରୋଷେଇ ଗ୍ୟାସ ସିଲିଣ୍ଡର ମିଳିବ । ସୋମବାର ଏକ ଜନସଭାକୁ ସମ୍ୱୋଧିତ କରି ସେ ଏହି ଘୋଷଣା କରିଛନ୍ତି । ବଜେଟ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିପିଏଲ ପରିବାର ଗୁଡିକ ପାଇଁ ବଡ଼ ରିହାତି ଘୋଷଣା କରିଛନ୍ତି ।

ଗେହଲଟ ଜନସଭାରେ ଉଦବୋଧନ ଦେଇ କହିଛନ୍ତି, ‘ଦେଶରେ ଦରବୃଦ୍ଧି ଯୋଗୁଁ ସାଧାରଣ ଲୋକେ ବହୁ ଅସୁବିଧାର ସାମନା କରୁଛନ୍ତି । ପିଏମ ମୋଦୀ ଉଜ୍ଜଳା ଯୋଜନା ନାଁରେ ନାଟକ କରିଥିଲେ । ଗ୍ୟାସ ସିଲିଣ୍ଡର ୧୦୩୬ ଟଙ୍କାରେ ମିଳୁଛି’। ସେ କହିଛନ୍ତି, ‘ଆସନ୍ତା ମାସରେ ବଜେଟ ଆଗତ କରିବି । ମୁଁ ଅଧିକ ଘୋଷଣା କରିବାକୁ ଚାହୁଁନାହିଁ । ଆମେ ସର୍ଭେ କରୁଛି । କିନ୍ତୁ ଘୋଷଣା କରୁଛି ଯେ ଏପ୍ରିଲ ୧ରୁ ବିପିଏଲ ପରିବାରଙ୍କୁ ୫୦୦ ଟଙ୍କା ହିସାବରେ ବର୍ଷକୁ ୧୨ଟି ସିଲିଣ୍ଡର ମିଳିବ।

SBI AD
Leave A Reply

Your email address will not be published.