ଢେଙ୍କାନାଳ,୩/୨: ଢେଙ୍କାନାଳ ଜିଲ୍ଲା ମହାବିରୋଡ ଥାନା ଅଂଚଞ୍ଚରେ ଥିବା ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ମହାବିରୋଡ ଶାଖାରୁ ଆଜି ଦୁର୍ବୃତ୍ତମାନେ ଦିନ ଦ୍ବିପ୍ରହରରେ ଆତଙ୍କ ଖେଳାଇଛନ୍ତି । ମାରଣାସ୍ତ୍ର ଦେଖାଇ ବ୍ୟାଙ୍କର କର୍ମଚାରୀମାନଙ୍କୁ ଭୟଭୀତ କରାଇବା ସହିତ ଅଢ଼େଇ କୋଟି ଟଙ୍କାର ସୁନାଗହଣା ସହ ନଗଦ ୬ ଲକ୍ଷ ଟଙ୍କା ଧରି ଫେରାର ହୋଇଯାଇଛନ୍ତି। ଢେଙ୍କାନାଳ ଜିଲ୍ଲା ମହାବିରୋଡ ଥାନା ଅଂଚଞ୍ଚରେ ଥିବା ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ମହାବିରୋଡ ଶାଖାରୁ ଆଜି ଅପରାହ୍ଣରେଏଭଳି ଘଟଣା ଘଟିଛି।
ସୂଚନା ଅନୁସାରେ ଡକାୟତମାନେ ବ୍ୟାଙ୍କର ମଧ୍ୟାହ୍ନ ଭୋଜନ ସମୟ ପୂର୍ବରୁ ଅର୍ଥାତ ୧ଟା ୫୫ ମିନିଟରେ ଚାରିଜଣ ସଶସ୍ତ୍ର ଡକାୟତ ପ୍ରବେଶ କରିଥିଲେ। ପ୍ରଥମେ ସେମାନେ ବନ୍ଧୁକ ଓ ଭୁଜାଲିରେ ବ୍ୟାଙ୍କ କର୍ମଚାରୀମାନଙ୍କୁ ଭୟଭୀତ କରାଇଥିଲେ। ଏଥି ସହିତ ଫାଙ୍କା ଗୁଳି ଚାଳନା ମଧ୍ୟ କରିଥିଲେ। ଦୁର୍ବୃତ୍ତମାନେ ସମସ୍ତ କର୍ମଚାରୀଙ୍କୁ ଗୋଟିଏ କୋଠରୀ ଭିତରେ ବନ୍ଦ କରି ଦେଇଥିଲେ। ଏହା ପରେ ଅଢେଇ କୋଟି ଟଙ୍କାର ସୁନା ଗହଣା ସହ ନଗଦ ୬ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟି ନେଇ ସେଠାରୁ ଫେରାର ହୋଇଯାଇଥିଲେ। ତେବେ ମହାବିରୋଡ ଫାଣ୍ଡି ଥାନା ହେବାର ମାସେ ନ ପୂରୁଣୁ ଏଭଳି ଏକ ବଡ଼ଧରଣର ଲୁଟ୍ ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।