ଗ୍ରାହକଙ୍କ ପାଇଁ ଖୁସିଖବର : କମିଲା ସୁନା ଦାମ୍‌

0

ଭୁବନେଶ୍ୱର, ୧୫/୦୫ : ଗ୍ରାହକଙ୍କ ପାଇଁ ଆସିଛି ଖୁସି ଖବର । ଆଜି ପ୍ରାୟ ସୁନା ଦର ୨ ହଜାର ଟଙ୍କା ହ୍ରାସ ହୋଇଛି । ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୩,୯୩୦ ଟଙ୍କା ରହିଛି । ଗତକାଲି ଏହା ୯୬,୦୬୦ ଟଙ୍କା ଥିଲା । ଏଥିରେ ୨,୧୩୦ ଟଙ୍କା ହ୍ରାସ ହୋଇଛି । ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୮୬,୧୦୦ ଟଙ୍କା ରହିଛି । ଗତକାଲି ଏହା ୮୮,୦୫୦ ଟଙ୍କା ଥିଲା । ଏଥିରେ ୧,୯୫୦ ଟଙ୍କା ହ୍ରାସ ହୋଇଛି । ୧୮ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌କୁ ୭୦,୪୫୦ ଟଙ୍କା ରହିଛି । ଗତକାଲି ଏହା ୭୨,୦୪୦ ଟଙ୍କା ଥିଲା । ଏଥିରେ ୧,୫୯୦ ଟଙ୍କା ହ୍ରାସ ହୋଇଛି । ସେହିପରି ରୁପା ଦାମ୍‌ ମଧ୍ୟ ହ୍ରାସ ହୋଇଛି । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୦,୮୦୦ ରହିଛି । ଗତକାଲି ଏହା ୧୦,୯୦୦ ଥିଲା । ଏଥିରେ ୧୦୦ ଟଙ୍କା ହ୍ରାସ ହୋଇଛି । ସୁନା ଦର ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୨ରେ ୧ ଲକ୍ଷ ଟଙ୍କା ପାର୍‌ ହୋଇଥିବା ବେଳେ ମେ’ ୧୫ ସୁଦ୍ଧା ଦାମ୍‌ ପ୍ରାୟ ୭ ହଜାର ଟଙ୍କା ହ୍ରାସ ହୋଇଛି ।

 

Leave A Reply

Your email address will not be published.